ରିପୋର୍ଟ :(ଦେବାଶିଷ):
ବେଗୁନିଆପଡା ବ୍ଲକ ଅନ୍ତର୍ଗତ ପଦ୍ମପୁର ନୂଆଗାଁ ଠାରେ ଛୋଟ ବଡ଼ ଖେଳାଳୀଙ୍କୁ ନେଇ ଏକ କ୍ରିକେଟ ଲିଗ ଆରମ୍ଭ ହୋଇଯାଇଛି | ଏହି ଟୁର୍ନାମେଣ୍ଟରେ ମୋଟ ୪ଟା ଟିମ୍ ଭାଗ ନେଇଛନ୍ତି ।କେବଳ ପଦ୍ମପୁର ନୂଆଗାଁ ର ଛୋଟବଡ଼ ପିଲାଙ୍କୁ ନେଇ ଏହି କ୍ରିକେଟ୍ ଲିଗ୍ ଆରମ୍ଭ ହୋଇଥିବା ବେଳେ ଏହି ଲିଗ୍ କୁ ବଲ୍ଲଭ ନାୟକ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତ୍ରିନାଥ ନାହାକ ଉଦ୍ଘାଟନ କରିଛନ୍ତି ଏବଂ ବୁରୁଝରି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା ଯୋଗ ଦେଇଥିଲେ।ଏହି ଲିଗ୍ ରେ ମୋଟ 10ଟା ମ୍ୟାଚ୍ ହେବ ।ପ୍ରଥମ ମ୍ୟାଚ୍ ରେ ସିକ୍ସର୍ସ ବିଟ ଦଳ ବ୍ୟାଟିଂ ନିଷ୍ପତି ନେଇ 10 ଓଭର୍ ରେ 100 ରନ କରିଥିବା ବେଳେ ସକ୍ତିଶ୍ୱର ଯୋଦ୍ଧା ଦଳ ତାକୁ ଚେଜ କରି ବିଜୟ ହୋଇଥିଲା।ଆସନ୍ତା ପଚିଶି ତାରିଖରେ ଶେଷ ହେବାକୁ ଥିବା ଏହି ଲିଗ୍ ର ମୁଖ୍ୟ ଲକ୍ଷ୍ୟ କେବଳ ଉକ୍ତ ଗ୍ରାମର ଛୋଟ ଛୋଟ ପିଲାଙ୍କ ପ୍ରତିଭାକୁ ଲୋକ ଲୋଚୋନ କୁ ଆଣିବା ଆଉ ସେମାନଙ୍କ ପ୍ରତିଭାକୁ ବୃଦ୍ଧି କରିବା | ଏହି ଟୁର୍ନାମେଣ୍ଟରେ ମୁଖ୍ୟ ପରିଚାଳକ ଭାବେ ପ୍ରସନ୍ନ କୁମାର ଗୋଛୟତ,ସୁଶାନ୍ତ ସାମଲ,ବିଚିତ୍ର ରାଉତ,ଚନ୍ଦନ ରାଉତ, ଦେବାଶିଷ ନାୟକ,ରବୀନ୍ଦ୍ର ନାୟକ ଏବଂ ରାକେଶ ସେଠୀ ପ୍ରମୁଖ ସହଯୋଗ କରୁଛନ୍ତି |
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l