କୋଦଳା, (ଆମ ଓଡିଶା ଖବର )’ବୁଧବାର ଦିନ କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମହାବିଦ୍ୟାଳୟ ର 150 ରୁ ଅଧିକ ଛାତ୍ର ଛାତ୍ରୀ ଯୋଗଦେଇ ମହାବିଦ୍ୟାଳୟ ପରିସର ଏବଂ ପରିସର ବାହାରେ 200 ରୁ ଅଧିକ ଚାରା ରୋପଣ କରିଥିଲେ ।ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଅଣ ଶିକ୍ଷକ ସହିତ କୋଦଳା ବିଜ୍ଞାପିତ ଅଂଚଳ ପରିଷଦ ର ପରିବେଶ ଅଧିକାରୀ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ମାରାଣ୍ଡି ଯୋଗଦାନ କରିଥିଲେ।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏ କାର୍ଯ୍ୟକ୍ରମ କୁ ସଫଳ ରୂପାନ୍ତରିକରଣ କରାଯାଇଥିଲା ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଆମ ପୋଷାକ ଆମ ପରିଚୟ ଦିବସ ପାଳିତ l
କୋଦଳା ଏନ ଏ ସିରେ ‘ଓଡ଼ିଆ ପକ୍ଷ’ ଶୁଭାରମ୍ଭ l
ବେରୁଆଁବାଡ଼ି ଓ ଜାଗିଲିପଦର ଠାରେ ବିଶ୍ଵଶାନ୍ତି ମହାଯଜ୍ଞ l