ଭୁବନେଶ୍ବର: “ଆମ ଓଡ଼ିଶା ଖବର” ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍ ଠାବ କଲା ଭିଜିଲାନ୍ସ। ଜଟଣୀ ସମେତ ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କ ରହିଛି ୨୯ ପ୍ଲଟ୍। ୨ ବହୁତଳ କୋଠା ସହ କଳିଙ୍ଗ ବିହାରରେ ରହିଛି ବାବୁଙ୍କ ଗୋଟିଏ ଫ୍ଲାଟ୍। ରେଡ୍ ବେଳେ ବାବୁଙ୍କ ଘରୁ ମିଳିଛି ୧ କେଜି ୧୪୦ ଗ୍ରାମ ସୁନା। ନଗଦ ୪୮ ଲକ୍ଷ ୭୯ ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ। ବଢ଼ିଲା ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ସଂପତ୍ତି ତାଲିକା। ଆଉ ୫୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଠାବ କଲା ଭିଜିଲାନ୍ସ। ବୀମାରେ ୨୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି ଡିଏମ୍ ବିଦ୍ୟୁତ ରଞ୍ଜନ। ଡିଏମ୍ଙ୍କ ମୋଟ୍ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଆୟ ଠାରୁ ୪୦୦ ପ୍ରତିଶତ ଅଧିକ ସଂପତ୍ତି ଥିବା କଥା କହିଲେ ଭିଜିଲାନ୍ସ ଏସ୍ପି। କୋର୍ଟ ଚାଲାଣ ପରେ ଜେଲ୍ ଗଲେ କୁବେର ଡିଏମ୍ ବିଦ୍ୟୁତ ରଞ୍ଜନ ଭୋଳ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଯୁକ୍ତ ଦୁଇ ପରୀକ୍ଷାରେ ସଫଳତା ପାଇଲେ ହିମାଂଶୁ
ଜଣାଶୁଣା ସମାଜସେବୀଙ୍କ ପରଲୋକ
ସାରା ରାଜ୍ୟରେ ମଇ ୨୦ ତାରିଖରେ ସମସ୍ତ ମେଡିସିନ ଦୋକାନ ବନ୍ଦ ରହିବ।