ଟାଙ୍ଗୀ (ଆମ ଓଡିଶା ଖବର )ପରିବେଶ ସୁରକ୍ଷା ଓ ସାଂସ୍କୃତିକ ମୂଲ୍ୟବୋଧକୁ ଉଦ୍ଜିବିତ କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଙ୍କ ଦ୍ୱାରା “ମା ପାଇଁ ଗଛଟିଏ” ଥିମ୍ ଉପରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡି ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ପରିସରରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ , ବରିଷ୍ଠ ସମାଜସେବୀ ତଥା ଭଏସ୍ ଅଫ୍ ମିଡ଼ିଆର ଖୋର୍ଦ୍ଧା ଜିଲ୍ଲା ସଭାପତି ଧନେଶ୍ୱର ବିଧାର , ଟାଙ୍ଗୀ ସାମ୍ବାଦିକ ସଂଘର ସଭାପତି ରବୀନ୍ଦ୍ର କୁମାର ରଣା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ ଓ ତା’ର ଉପାଦେୟତା ଉପରେ ସମ୍ୟକ ଆଲୋଚନା କରିଥିଲେ । ଟାଙ୍ଗୀ ଥାନାର ସମସ୍ତ ଅଧିକାରୀ ମାନେ ଏଥିରେ ସହଯୋଗ କରିଥିଲେ ।
ବିୟୁରୋ ରିପୋର୍ଟ ଆମ ଓଡିଶା ଖବର


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।