ଟାଙ୍ଗୀ ଥାନାରେ ପୋଲିସ SP ଙ୍କ ବୃକ୍ଷ ରୋପଣ l

ଟାଙ୍ଗୀ (ଆମ ଓଡିଶା ଖବର )ପରିବେଶ ସୁରକ୍ଷା ଓ ସାଂସ୍କୃତିକ ମୂଲ୍ୟବୋଧକୁ ଉଦ୍ଜିବିତ କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଙ୍କ ଦ୍ୱାରା “ମା ପାଇଁ ଗଛଟିଏ” ଥିମ୍ ଉପରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡି ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ପରିସରରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ , ବରିଷ୍ଠ ସମାଜସେବୀ ତଥା ଭଏସ୍ ଅଫ୍ ମିଡ଼ିଆର ଖୋର୍ଦ୍ଧା ଜିଲ୍ଲା ସଭାପତି ଧନେଶ୍ୱର ବିଧାର , ଟାଙ୍ଗୀ ସାମ୍ବାଦିକ ସଂଘର ସଭାପତି ରବୀନ୍ଦ୍ର କୁମାର ରଣା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ ଓ ତା’ର ଉପାଦେୟତା ଉପରେ ସମ୍ୟକ ଆଲୋଚନା କରିଥିଲେ । ଟାଙ୍ଗୀ ଥାନାର ସମସ୍ତ ଅଧିକାରୀ ମାନେ ଏଥିରେ ସହଯୋଗ କରିଥିଲେ ।

ବିୟୁରୋ ରିପୋର୍ଟ ଆମ ଓଡିଶା ଖବର

error: Content is protected !!