ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )ତା:-୧୮-୯-୨୦୨୫ରାୟଗଡ଼ ବ୍ଳକ ସଦଭାବନା ଗୃହରେ ଅପପୁଷ୍ଟି ମୁକ୍ତ ଗ୍ରାମ ପଞ୍ଚାୟତ ନିମନ୍ତେ ସଚେତନତା ତାଲିମ ଅନୁଷ୍ଠିତ
ହୋଇଯାଇଛି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରି ଉତ୍ତମ ପୋଷଣର ଆବଶ୍ୟକତା ବିଷୟରେ କହିଥିଲେ । ଶିଶୁ ସୁସ୍ଥ ରହିବା ନିମନ୍ତେ ସନ୍ତୁଳିତ ପୋଷାଣ ଆବଶ୍ୟକ କରେ । ସୁସ୍ଥ ଶିଶୁ ଶିକ୍ଷାରେ ଅଗ୍ରଗତି କରେ । ସୁସ୍ଥ ବ୍ୟକ୍ତି ଅଧିକ ପରିଶ୍ରମ କରିପାରନ୍ତି । ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନରେ ପୋଷଣ ଏକ ଅବିଚ୍ଛେଦ ଅଙ୍ଗ ବୋଲି କହିଥିଲେ । ପି ଏ ଗୋପାଳ ପଣ୍ଡା, ବିଭାଗୀୟ ଅଧିକାରୀ ରାଜକିଶୋର ଦାସ ଜିପିଡିଓ ସ୍ମୃତିରେଖା ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଶିଶୁ ବିକାଶ ବିଭାଗର ସୁପରଭାଇଜର ଯୋସଦା ବିଭୋର ଓ ବରିଷ୍ଠ ଶିକ୍ଷକ ଉମାଶଙ୍କର ପଣ୍ଡା , ପୋଷଣ ସଞୋଯିକା ସରସ୍ବତୀ ସିଂ ସମ୍ବଳ ବ୍ଯକ୍ତି ରୂପେ ତାଲିମ ପ୍ରଦାନ କରିଥିଲେ । ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଏମବିକେ, ସିଆରପି, ୱାର୍ଡ ସଭ୍ଯ, ସମିତି ସଭ୍ଯ ପ୍ରମୁଖ ଏହି ତାଲିମ ଶିବିରରେ ଯୋଗଦାନ କରିଥିଲେ । ବୈଷୟିକ ସଞ୍ଜୋଯକ ଯୋଗେନ୍ଦ୍ର ନାୟକ ଶିକ୍ଷକ ନୀଳାଞ୍ଚଳ ମିଶ୍ର ଏହାର ପରିଚାଳନା କରିଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।
More Stories
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।
ବିଶ୍ଵ ହାତ ଧୁଆ ଦିବସ ରାୟଗଡା CWS ସହଭାଗୀତାରେ ପାଳିତ।