
ରାୟଗଡ଼ ଜିଲ୍ଲା(ଆମ ଓଡିଶା ଖବର) ନୂତନ ବସଷ୍ଟାଣ୍ଡ କୁ ସଂଯୋଗ କରୁଥିବା ଫ୍ଲାଏ ଓଭର ବ୍ରିଜ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବେଳେ ଖୁବଶିଘ୍ର ଜାତୀୟ ରାଜପଥ ବିଭାଗ ଦ୍ଵାରା ଏହାର ମରାମତି କାର୍ଯ୍ୟ ଆରମ୍ଭ କରାଯିବ । ସେଥିପାଇଁ ଓଭର ବ୍ରିଜ ତଳେ କୌଣସି ପ୍ରକାର ବ୍ୟବସାୟ ନ କରିବା ପାଇଁ ଉଠା ଦୋକାନୀ ମାନଙ୍କୁ ପୌର ପରିଷଦ ଦ୍ଵାରା ଅବଗତ କରାଯାଇଛି ଏବଂ ସେମାନଙ୍କ ସୁବିଧା ତଥା ଜୀବିକା ବଜାୟ ରଖିବା ପାଇଁ ରାୟଗଡ଼ ପୌର ପରିଷଦ ଦ୍ବାରା ଦୁଇଟି ସ୍ଥାନ ଚିହ୍ନଟ କରାଯାଇଛି ଯଥା ୧. ଆର୍. କେ ନଗର ଠାରୁ କେନ୍ଦ୍ରୀୟ ବିଦ୍ୟାଳୟ କୁ ସଂଯୋଗ କରୁଥିବା ରାସ୍ତାର ମଧ୍ୟ ଭାଗରେ ଥିବା ଖାଲି ସ୍ଥାନ ଏଵଂ ୨. ବହୁ ପୂର୍ବରୁ ନିର୍ମିତ କସ୍ତୁରୀ ନଗର ମାର୍କେଟ କମ୍ପ୍ଲେକ୍ସ ଯାହା କୁ ପରିବା ବିକ୍ରି କରିବା ପାଇଁ ଆବଶ୍ୟକୀୟ ମରାମତି କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ଅଛି । ଏଥି ସହିତ ନିୟନ୍ତ୍ରିତ ବଜାର କମିଟି (RMC Yard) ଠାରେ ମଧ୍ୟ ପରିବା ବିକ୍ରୟ କରିବା ପାଇଁ ଆବଶ୍ଯକୀୟ ବ୍ୟବସ୍ଥା କରାଯାଇ ଅଛି । ପରିଷଦ ଦ୍ଵାରା ଚିହ୍ନଟ କରାଯାଇ ଥିବା ନିର୍ଦ୍ଧିଷ୍ଟ ସ୍ଥାନରେ ସମସ୍ତ ପରିବା ବ୍ୟବସାୟୀ ନିଜର ଦୈନଦିନ ବ୍ୟବସାୟ ଆରମ୍ଭ କରିବା ପାଇଁ ତଥା ଓଭର ବ୍ରିଜ କାର୍ଯ୍ୟ ସଂପୂର୍ଣ୍ଣ ହେବାରେ ସହଯୋଗ କରିବା ପାଇଁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କୁଳଦୀପ କୁମାର ସମସ୍ତ ଜନ ସାଧାରଣ ତଥା ପରିବା ବ୍ୟବସାୟୀ ମାନଙ୍କୁ ଅନୁରୋଧ କରିଛନ୍ତି ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।