ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )ତା:-୧୮-୯-୨୦୨୫ରାୟଗଡ଼ ବ୍ଳକ ସଦଭାବନା ଗୃହରେ ଅପପୁଷ୍ଟି ମୁକ୍ତ ଗ୍ରାମ ପଞ୍ଚାୟତ ନିମନ୍ତେ ସଚେତନତା ତାଲିମ ଅନୁଷ୍ଠିତ
ହୋଇଯାଇଛି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରି ଉତ୍ତମ ପୋଷଣର ଆବଶ୍ୟକତା ବିଷୟରେ କହିଥିଲେ । ଶିଶୁ ସୁସ୍ଥ ରହିବା ନିମନ୍ତେ ସନ୍ତୁଳିତ ପୋଷାଣ ଆବଶ୍ୟକ କରେ । ସୁସ୍ଥ ଶିଶୁ ଶିକ୍ଷାରେ ଅଗ୍ରଗତି କରେ । ସୁସ୍ଥ ବ୍ୟକ୍ତି ଅଧିକ ପରିଶ୍ରମ କରିପାରନ୍ତି । ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନରେ ପୋଷଣ ଏକ ଅବିଚ୍ଛେଦ ଅଙ୍ଗ ବୋଲି କହିଥିଲେ । ପି ଏ ଗୋପାଳ ପଣ୍ଡା, ବିଭାଗୀୟ ଅଧିକାରୀ ରାଜକିଶୋର ଦାସ ଜିପିଡିଓ ସ୍ମୃତିରେଖା ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଶିଶୁ ବିକାଶ ବିଭାଗର ସୁପରଭାଇଜର ଯୋସଦା ବିଭୋର ଓ ବରିଷ୍ଠ ଶିକ୍ଷକ ଉମାଶଙ୍କର ପଣ୍ଡା , ପୋଷଣ ସଞୋଯିକା ସରସ୍ବତୀ ସିଂ ସମ୍ବଳ ବ୍ଯକ୍ତି ରୂପେ ତାଲିମ ପ୍ରଦାନ କରିଥିଲେ । ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଏମବିକେ, ସିଆରପି, ୱାର୍ଡ ସଭ୍ଯ, ସମିତି ସଭ୍ଯ ପ୍ରମୁଖ ଏହି ତାଲିମ ଶିବିରରେ ଯୋଗଦାନ କରିଥିଲେ । ବୈଷୟିକ ସଞ୍ଜୋଯକ ଯୋଗେନ୍ଦ୍ର ନାୟକ ଶିକ୍ଷକ ନୀଳାଞ୍ଚଳ ମିଶ୍ର ଏହାର ପରିଚାଳନା କରିଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।