ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l

ଖୋର୍ଦ୍ଧା ଜିଲ୍ଲା (ଆମ ଓଡ଼ିଶା ଖବର) ଡେ଼ଲାଙ୍ଗ  ତା ୧୯-୦୯-୨୫    ଖୋର୍ଦ୍ଧାରୋଡ  ରେଳ ମଣ୍ଡଳସ୍ଥିତ ରେଳବାଇ  ଚିକିତ୍ସଳୟ ପରିସରରେ  ଅବସର ପ୍ରାପ୍ତ ରେଳ ସୁରକ୍ଷା ବଳ କଲ୍ୟାଣ ସଙ୍ଗଠନ ପକ୍ଷରୁ  ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରକୁ  ଖୋର୍ଦ୍ଧାରୋଡ଼ ମଣ୍ଡଳ ପ୍ରବନ୍ଧକ ଶ୍ରୀ ଆଲୋକ  ତ୍ରିପାଠୀ ଉଦୁ୍ଘାଟନ କରିବା ସହ ରକ୍ତ ଦାନ  କରିଥିଲେ ।  ସଙ୍ଗଠନର ସଭାପତି ପି.କେ ମାନସିଂ,ସମ୍ପାଦକ ଏସ କେ ପାଢି, ଏମ ଏନ ଚଇନି, ଏସ କେ ପଣ୍ଡା ,,ୟୁ କେ ମହାପାତ୍ର, ଏସ୍ ସି ମିଶ୍ର, ଡି ଏସ୍ ସେଠୀ, ପି ଜେ ସାହୁ,   ପି ବରାଳ , ଏଲ୍ ଡି  ପ୍ରଧାନ କେ ଏସ୍ ପାଇକରାୟ, ଏ ସି ପଣ୍ଡା  , ସିଏମ୍ ମନ୍ତ୍ରୀ ପ୍ରମୁଖ ରକ୍ତ ଦାନ ଶିବିର ପରିଚାଳନା କରିଥିଲେ . I ରେଳବାଇ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ସବିତା ଶତପଥି ଅନ୍ୟାନ୍ୟ ଡାକ୍ତର ,   ସେବିକା ଓ ରେଳବାଇ ଥାନା  ଏଥିରେ ସହଯୋଗ କରିଥିଲେ । ସମାଜସେବୀ ବିରଞ୍ଚି ନାରାୟଣ ନାୟକ ଓ ରେଳବାଇ ଷ୍ଟାଣ୍ଡର କର୍ମଚାରୀମାନେ ରକ୍ତଦାନ କରିଥିଲେ ।   ୪୫ ୟୁନିଟି ରକ୍ତ ସଂଗ୍ରହ କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀମାନେ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ । 

ଡେ଼ଲାଙ୍ଗ/ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!