
ରାୟଗଡ ଜିଲ୍ଲା (ଆମ ଓଡିଶା ଖବର )ତା:-୨୦-୧୧-୨୦୨୫ କତାପେଟା ସତ୍ଯ ସାଇ ସେବା ସମିତି ତରଫରୁ ଶ୍ରୀ ସତ୍ଯସାଇ ବାବାଙ୍କ ଶହେତମ ଜନ୍ମ ବାର୍ଷିକୀ ଉତ୍ସବ ନଭେମ୍ବର ୧୯ ଠାରୁ ୨୩ ତାରିଖ ପର୍ଯ୍ଯନ୍ତ ପାଳିତ ହେଉଛି । ଏହି ଅବସରରେ ସମିତି ତରଫରୁ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ଗୁରୁବାରଦିନ ଅନୁଷ୍ଠାନ ତରଫରୁ କତାପେଟା, କାମ୍ପ ମାଲିଗାଁ କାଶିଲି ଠାରେ ଅବସ୍ଥିତ ବିଦ୍ୟାଳୟର ଛାତ୍ର,ଛାତ୍ରୀବୃନ୍ଦଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି ଅବସରରେ କତାପେଟା ଓ କାମ୍ପ ମାଲିଗାଁ ୫୦ ଜଣ ଗରିବ ବ୍ଯକ୍ତିଙ୍କୁ ମୁକ୍ତ ରାସନ କିଟ ଓ ୧୦୦ ଜଣ ବାଲବାଟିକା ଶିଶୁଙ୍କୁ ଧଳା ପୋଷାକ ବଣ୍ଟନ କରାଯାଇଥିବା ସମିତିର କନଭେନର ପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ସମିତିରେ ୫୦ ଜଣ ଲେଖାଏଁ ପୁରୁଷ ଓ ମହିଳା ଯୋଗଦାନକରି ସମାଜିକ ସହାୟତା ଓ ସମାଜସେବା କାର୍ଯ୍ୟ ମଧ୍ଯ ହାତକୁ ନେଉଥିବା ଶ୍ରୀ ପ୍ରସାଦ ପଟ୍ଟନାୟକ କହିଛନ୍ତି । ସମିତିର ଏଭଳି କାର୍ଯ୍ୟକ୍ରମ କରି ଅଞ୍ଚଳରେ ଅନେକ ପ୍ରଶଂସା ସାଉଁଟୁଛନ୍ତି ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ।
ନିୟମଗିରିର ଦୁର୍ଗମ ଅଞ୍ଚଳରେ ରାୟଗଡ ଜିଲ୍ଲା ପ୍ରଶାସନ: ଡୋଙ୍ଗରିଆ କନ୍ଧ ସମ୍ପ୍ରଦାୟଙ୍କୁ ଭୋଟର ତାଲିକା ସଂଶୋଧନ ପାଇଁ ଏନ୍ୟୁମେରେସନ ଫର୍ମ ବଣ୍ଟନ ।
ଅବସର ଦିବସରେ ରାୟଗଡ଼ ବିଇଓ ପ୍ରଦାନ କଲେ ଚୂଡାନ୍ତ ପେନସନ, ଶିକ୍ଷକ ସଂଘ ଖୁସ୍।