ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଳବହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତି ପାଳିତ।

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର)ତା:-/୨/୧୦/୨୫ : ରାୟଗଡା ଜିଲ୍ଳା ପ୍ରଶାସନର ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ସୈାଜନ୍ୟତାରେ ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ବିଭାଗ ପକ୍ଷରୁ ସହରରେ ପ୍ରାତଃ ରାମଧୂନ ପ୍ରଚାର ହୋଇଥିଲା l
ଜିଲ୍ଲାପାଳ ରୟାଗଡ଼ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ.ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନବୀନ ଚନ୍ଦ୍ର ନାଏକ,ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ପ୍ରକଳ୍ପ ପ୍ରଶାସକ ସମ୍ମାନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀ ଚନ୍ଦ୍ର କାନ୍ତ ମାଝୀ, ଶିକ୍ଷବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି,ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଜଳନ୍ଧର ପୁଷିକା,ପ୍ରେମ ପାହାଡ଼ ୱାକର୍ଷ କ୍ଲବର ରାଜେନ୍ଦ୍ର ସାହୁ ଓ ଅନ୍ୟାନ୍ୟ ସଦସ୍ୟ,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧlନ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତରହି ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ପରେ ସେଠାରେ ସର୍ବଧର୍ମ ପ୍ରାର୍ଥନା ସଭା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ହିନ୍ଦୁ ଧର୍ମର ଧର୍ମ ଗୁରୁ ପଣ୍ଡିତ ଗଙ୍ଗାଧର ବ୍ରହ୍ମା ପବିତ୍ର ଗୀତ , କ୍ରୀଷ୍ଟ ଧର୍ମର ପlଷ୍ଟର ଆନ୍ଦ୍ରୀୟ ବାଛେଳି ପବିତ୍ର ବାଇବଲ ,ଇସଲାମ ଧର୍ମର ମୌଲାନା ମ. ଅଲି, କୋରାନ ପାଠ କରିଥିଲେ l
ଏଥିରେ ଶିକ୍ଷୟତ୍ରୀ ସୁଜାତା ମାଦଳା,ଆର ରଜନୀ କୁମାରୀ, ରିତାରାଣୀ ମିଶ୍ର, ଶିକ୍ଷକ ଅଶୋକ ଦାଶ, ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଦେବକୀ ଗହୀର, ପ୍ରଭାତୀ ଖୁଣ୍ଟିଆ ଓ ଶିକ୍ଷକ ସୁରେଶ ବାରିକ,ପୌର ପରିଷଦର କର୍ମଚାରୀ, ସ୍ଵେଛସାଥି ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଯୋଗଦାନ କରି ମାଲ୍ୟାର୍ପଣ କରିଥିଲେ l ଜିଲ୍ଳା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!