ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର):-ତା :-୦୮/୧୦- ଖୋର୍ଦ୍ଧାଜିଲ୍ଲା ବୋଲଗଡ଼ ସଦର ମହକୁମାସ୍ଥ ବହୁ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ‘ବାପୁଜୀ ଯୁବ ସଂଘ’ ଏହାର‘ଶିଶିର ଉତ୍ସବ-୨୦୨୫’ ଧୁମ୍ଧାମରେ ପାଳନ ହୋଇଯାଇଛି । ବୋଲଗଡ଼ ବଣିଆସାହିର ପୁରୁଖା ଲୋକମାନଙ୍କ ଉଦ୍ୟେମ ଏବଂ ଯୁବ ଶକ୍ତିମାନଙ୍କ ସହଯୋଗରେ ଏହି ଉତ୍ସବ ଦୀର୍ଘ ୧୨୧ବର୍ଷ ଧରି ଅନୁଷ୍ଠିତ ହୋଇଆସୁଅଛି । ଏହି ଶିଶିର ଉତ୍ସବ ଦିର୍ଘ ୪ଦିନ ଧରି ଧୁମ୍ଧାମ୍ରେ ପାଳିତ ହୋଇଆସୁଅଛି । ପ୍ରତ୍ୟେହ ସନ୍ଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ ବହୁ ଅତିଥି ମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ବରିଷ୍ଠ କଂଗ୍ରେସ ନେତା ପୃଥିବଲ୍ଲବ ପଟ୍ଟନାୟକ, ଶିଳ୍ପପତି ମାନସ ବେହେରା, ବିଜେପି ନେତା ଅନାଦି ସାହୁ ପ୍ରମୁଖ ଉଦ୍ଘାଟନୀ ଓ ଉଦ୍ଯାପନୀ ସନ୍ଧ୍ୟାରେ ଯୋଗଦେଇଥିଲେ। ସେହିପରି ସମ୍ମାନୀତ ଅତିଥିଭାବେ ପୂର୍ବତନ ଖୋର୍ଦ୍ଧାଜିଲ୍ଲା କଂଗ୍ରେସ ସଭାପତି ସିଲୁ ମହାପାତ୍ର, ରବୀନ୍ଦ୍ର କୁମାର ପରିଡ଼ା , ବରିଷ୍ଠ ଶିକ୍ଷାବିତ୍ ହରିବନ୍ଧୁ ସାହୁ,ସଙ୍ଗୀତଜ୍ଞ ବୈକୁଣ୍ଠ ସାହୁ, ଶିକ୍ଷାବିତ୍ ହରିହର ସାହୁ, ଆଇନଜିବୀ ଚିତ୍ତରଞ୍ଜନ ପରିଡ଼ା, ଶିଳ୍ପପତି ଆଲୋକ କୁମାର ସାହୁ, ସାମ୍ବାଦିକ ଦିଲ୍ଲୀପ କୁମାର ଚଉଧୁରୀ, ସତ୍ୟପ୍ରିୟ ପରିଡ଼ା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ମନୋରଞ୍ଜନ ପଣ୍ଡା ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସଭାପତି ସନ୍ଦିପ୍ କୁମାର ପରିଡ଼ା(ବାପି) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାପୁଜୀ ଯୁବ ସଂଘ ବୋଲଗଡ଼ ପକ୍ଷରୁ ସାମାଜିକ ନାଟକ ‘ଫୁଗୁଣ ଅଧେକୁ ଶ୍ରାବଣ ଅଧେ’ ପରିବେଷିତ ହୋଇଥିଲା । ସେହିପରି ପ୍ରତ୍ୟେହ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ୱାରା ଭକ୍ତିପୂତ ଭଜନ, କଳାହାଣ୍ଡିରୁ ଆସିଥିବା ସାଂସ୍କୃତିକ ଦଳ ଦୁଲୁଦୁୁଲି, ଆସାମ ବିହ୍ୟୁ , ଓଡିଶୀ ଡ୍ୟାନ୍ସ, ମଡର୍ଣ୍ଣ ଡ୍ୟାନ୍ସ ପ୍ରମୁଖ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଇଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଶରତ ପରିଡ଼ା ,ସତ୍ୟପ୍ରିୟ ପରିଡ଼ା, ଶକ୍ତିସ୍ୱରୂପ , ବାଙ୍କୁ ସାମନ୍ତରାୟକ, ଅମ୍ଳାନଜ୍ୟୋତି ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖିବାପାଇଁ ବୋଲଗ ଡ଼ ଅଞ୍ଚଳରୁ ଶତାଧିକ ଜନସମାଗମ ହୋଇଥିଲା ।
ବାପୁଜୀ ଯୁବ ସଂଘର ‘ଶିଶିର ଉତ୍ସବ-୨୦୨୫’ ଅନୁଷ୍ଠିତ ।


More Stories
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।
ଜଟଣୀ ଶାଖା ଚିନ୍ମୟ ମିଶନ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ।
ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫