ଜଟଣୀ, “ଆମ ଓଡ଼ିଶା ଖବର” ୯ ଅକ୍ଟୋବର ଗୁରୁବାର ଦିବା ୨ ଘଟିକା ସମୟରେ, ଜଟଣୀ ପଞ୍ଚାୟତ ସମିତି କାର୍ଯ୍ଯାଳୟ ପରିସରରେ ଦକ୍ଷ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଆୟୋଜକ ଥିଲେ ଜଟଣୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଯୋଗେଷ କୁମାର ସାମନ୍ତସିଂହାର। ପ୍ରତିଯୋଗିତାର ପ୍ରସଙ୍ଗ ଥିଲା, ପରିବର୍ତ୍ତନଶୀଳ ଦୁନିଆରେ ବରିଷ୍ଠ ନାଗରିକଙ୍କ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବାର ସାମର୍ଥ୍ଯକୁ ନେଇ ଏକ ପ୍ରବନ୍ଧ ପ୍ରତିଯୋଗିତା। କାର୍ଯ୍ୟକ୍ରମକୁ ଜଟଣୀ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧକ୍ଷତାରେ ହେଉଥିବା ବେଳେ, ସହୋଯାଗ କରିଥିଲେ ଶ୍ରୀମତୀ ସବିତା ପାଣିଗ୍ରାହୀ ଉପ ଶିକ୍ଷାଧିକାରୀ ଏବଂ ପ୍ରାଣନାଥ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଝରଣା ସ୍ୱାଇଁ। ସମସ୍ତଙ୍କ ମିଳିତ ଉଦ୍ୟମରେ ସୁନ୍ଦର ଭାବରେ ପ୍ରତିଯୋଗିତା କାର୍ଯ୍ୟକ୍ରମଟି ସମ୍ପାଦନ ହୋଇଥିଲା।

ଏହି ପ୍ରତିଯୋଗିତାରେ ଉତ୍ତିର୍ଣ୍ଣ ତିନୋଟି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏହି ତିନି ପ୍ରତିଯୋଗିଙ୍କୁ ଆସନ୍ତା ୧୦ ଅକ୍ଟୋବର ୨୦୨୫ ଶୁକ୍ରବାର ଦିନ ଜଟଣୀ ପଞ୍ଚାୟତ ସମିତିର ଉନୟନ ଅଧିକାରୀ ଶ୍ରୀ ବସନ୍ତ କୁମାର ହାତୀଙ୍କ ଦ୍ୱାରା ପୁରସ୍କୃତ ତଥା ସନ୍ମାନିତ କରାଯିବ। ଏହି କାର୍ଯ୍ୟକ୍ରମର ପ୍ରତେକଟି କାର୍ଯ୍ଯକୁ ସୂଚାରୁ ରୁପେ ପ୍ରତିପାଦନ କରିଥିଲେ, ପୁର୍ବତନ ସିଆରସିସି ତଥା ଜଟଣୀ ରାଜାବଜାର ସରକାରୀ ଅପର ପ୍ରାଇମେରୀ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ମାନଗୋବିନ୍ଦ ସାହୁ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।
ଜଟଣୀ ଶାଖା ଚିନ୍ମୟ ମିଶନ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ।
ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫