
ଜଟଣୀ, “ଆମ ଓଡ଼ିଶା ଖବର” ୧୧ ଅକ୍ଟୋବର ସନ୍ଧ୍ୟାରେ, ସମ୍ପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନର ସ୍ରଷ୍ଟା ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ଅବନୀ ରାଉତରାୟ ପୌରହିତ୍ୟ କରିଥିଲେ । ଭାରତ ବର୍ଷରୁ ଅନ୍ୟାୟ ଅତ୍ୟାଚାର ଭ୍ରଷ୍ଟାଚାର ଦୂର କରିବା ସହିତ ତଥା ଏକଛତ୍ରବାଦୀ ଶାସନ ବ୍ୟବସ୍ଥାକୁ ପରିବର୍ତନ କରି ଦେଶରେ ଗଣତାତ୍ତ୍ୱିକ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ବରେ ଭାରତବର୍ଷର ଛାତ୍ର ଓ ଯୁବସମାଜ ସମ୍ପୂର୍ଣ୍ଣକାରି ଆନ୍ଦୋଳନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ଆଜିର ଛାତ୍ର ଓ ଯୁବସମାଜ ସାମାଜିକ ପରିବର୍ତନ ପାଇଁ ଆଗେଇ ଆସିବାକୁ ବକ୍ତାମାନେ ଆହ୍ବାନ ଦେଇଥିଲେ । ଏହି ଆଲୋଚନାରେ ଅନୁଷ୍ଠାନର ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ବିଜୟରାମ ମହାନ୍ତି, ଭକ୍ତବନ୍ଧୁ ଚୌଧୁରୀ, ବୈଷ୍ଣବ ବରାଳ, ସାମ୍ବାଦିକ ଧୂରେନ ପ୍ରତିହାରୀ,ଆଡଭୋକେଟ ଶିବ ପ୍ରସାଦ ରଥ, ବାଉରୀବନ୍ଧୁ ସାହୁ, ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, କିଶୋର ଚନ୍ଦ୍ର ପାଇକରାୟ, ବିଜୟ କୁମାର ପଣ୍ଡା, ଶେକ୍ ସକିଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଜୟପ୍ରକାଶ ନାରାୟଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଶେଷରେ ବୈଷ୍ଣବ ବରାଳ ଧନ୍ୟବାଦ ଦେଇଥିଲେ ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ