ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ -୨୦୨୫ ପାଳନ(ମୋ ସ୍ଵର, ମୋ ଅଧିକାର)

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ନୂଆ ଚେତନା, ନୂଆ ଭାବନାରେ, ନୂଆ ସୃଜନର ଧ୍ୱଜାଧାରଣୀ ଆମ ଝିଅ — ଝିଅଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଓ ଶିକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଓଡ଼ିଶା ସରକାର” ଏହି ବାର୍ତା କୁ ନେଇ ଆଜି ତା ୧୧.୧୦.୨୦୨୫ ରିଖ , ଦିବା ୧୦ ଘଟିକା ସମୟ ରେ ରାୟଗଡ଼ ର ଜିଲ୍ଲା-ପରିଷଦ ସମୀଳନୀ କକ୍ଷ ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ, ଶ୍ରୀ ଆଶୁତୋଷ କୁଲକର୍ଣୀ , ଜିଲ୍ଲାପାଳ, ରାୟଗଡ଼ ଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି । କାର୍ୟକ୍ରମର ଲକ୍ଷ୍ୟ ଥିଲା କନ୍ୟା ଶିଶୁଙ୍କ ସୁରକ୍ଷା, ଶିକ୍ଷା, ସମାନ ସୁଯୋଗ ଓ ସଶକ୍ତିକରଣ ପାଇଁ ସଚେତନତା ସୃଷ୍ଟି କରିବା। ଆସିଷ୍ଟାଣ୍ଟ କଲେକ୍ଟର ଲିପ୍ଶା ପଟେଲ ରାୟଗଡା, ଶ୍ରୀ ସ୍ଵସ୍ତିକ ପଣ୍ଡା , ଅତିରିକ୍ତ ଜିଲ୍ଲା ପୋଲିସ୍ ଅଧୀକ୍ଷକ (ASP), ରାୟଗଡା, ଅଧକ୍ଷ୍ୟା , ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ନାନୀତ ଅତିଥି ଭାବେ ଉପସ୍ଥିତି ଥିଲେ । ଶ୍ରୀମତୀ ମିନତୀ ଦେଓ ସମାଜ ମଙ୍ଗଳ ଅଧିକାରୀ ରାୟଗଡା ଅତିଥି ମାନଙ୍କୁ ସ୍ବାଗତ ଜଣେଇ ଥିଲେ ଓ କହିଥିଲେ ଯେ ସମାଜର ଉନ୍ନତି ପାଇଁ କନ୍ୟା ଶିଶୁଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଆଶୁତୋଷ କୁଲକର୍ଣୀ , ଜିଲ୍ଲାପାଳ, ରାୟଗଡ଼ କହିଥିଲେ ଅନେକ ଆନ୍ଦୋଳନ ପରେ ନାରୀ ମାନଙ୍କୁ ଭୋଟ ଦେବାର ଅଧିକାର ୧୯୨୦ ମସିହା ରେ ମିଳିଥିଲା । କିଶୋରୀ ବାଳିକା ଉପଯୁକ୍ତ ଶିକ୍ଷା ପାଇଲେ ସଶକ୍ତ ହୋଇ ପାରିବ । ଅତିରିକ୍ତ ଜିଲ୍ଲା ପୋଲିସ୍ ଅଧୀକ୍ଷକ (ASP)କନ୍ୟାମାନଙ୍କ ସୁରକ୍ଷା ଓ ଆଇନ ସହାୟତା ବିଷୟରେ ସଚେତନତା ପ୍ରସାର କରିବାର ଆବଶ୍ୟକତା ଉଲ୍ଲେଖ କରିଥିଲେ, ଆଇନ କୁ ଜାଣିବା, ସାହସୀ ହେବ, ପରି ସ୍ତିତି କୁ ସାମନା କରିବା ଶିଖିବା , ନିଜେ ସଶକ୍ତ ହେଲେ ସମାଜ ସଶକ୍ତ ହେବ କହିଥିଲେ । ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ୍ୟା, କନ୍ୟା ଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ଓ ନେତୃତ୍ୱରେ ଆଗୁଆ ହେବାକୁ ପ୍ରେରିତ କଲେ। କଳ୍ପନା ଚାୱଲା ,ସୁନିତା ୱିଲ୍ଲିଅମ ର ଉଦାହରଣ ଦେଇ ଉଚ୍ଛାହୀତ କରିଥିଲେ, ୫୯ ଶତକଡା ବାଳିକା କଲେଜରେ ନାମ ଲେଖେଇ ପାରୁନାହାନ୍ତି । ପିରାମଲ ଫାଉଣ୍ଡେସନ ର ନରେଶ ଶର୍ମା ବାଲ୍ୟ ବିବାହ ତଥା ଋତୁସ୍ରାବ ବିଷୟ ରେ ସମାଜର ମାନସିକତା କଣ ଜଣେଇ ଥିଲେ , ନିଜର ଆତ୍ମବିଶ୍ବାସ ବଢାନ୍ତୁ , ସ୍ବର ଉଠାନ୍ତୁ , ଆଖିରେ ଆଖି ମିଶେଇ କଥା ହେବା ଶିଖିବା ପାଇଁ ବୁଝିଥିଲେ। ଆସିଷ୍ଟାଣ୍ଟ କଲେକ୍ଟର ଲିପ୍ଶା ପଟେଲ କବିତା ମାଧ୍ୟମ ରେ ଉଚ୍ଛାହୀତ କରିଥିଲେ । କିଶୋରୀ ବାଳିକା ମାନଙ୍କ ମଧ୍ୟରେ କୁଇଜ,ନୃତ୍ୟ, ବକୃତା, ଗଳ୍ପ ଲିଖନ ଓ ସଙ୍ଗୀତ ପ୍ରତିଯୋଗିତା କରାଯାଇ,କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଗଲା । କିଶୋରୀ ବାଳିକା ମାନେ କାହାଣୀ କାନ୍ଥ ରେ “ମୋ ସ୍ବର ମୋ ଅଧିକାର” ଥିମ କୁ ନେଇ କାହାଣୀ ଲେଖି କାହାଣୀ କାନ୍ଥ ରେ ଓ ଚିତ୍ର ଅଙ୍କନ କରି ଗ୍ରାଫିଟି ବୋର୍ଡ ରେ ଲଗାଇ ଥିଲେ । ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୫ ର ବାର୍ତା “ ମୁଁ ହେଉଛି ସେହି ଝିଅ , ଯେଉଁ ପରିବର୍ତନ ର ମୁଁ ନେତୃତ୍ବ ନେଉଛି : ସଙ୍କଟର ଅଗଧାଡ଼ିରେ ଝିଅମାନେ “ ଉପରେ ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମା ରାଣୀ ଦାସ ଆଲୋକପାତ କରିଥିଲେ । । କାର୍ୟକ୍ରମ କୁ ଜିଲ୍ଲା ସଂଯୋଜକ ଶ୍ରୀ ଦିବାକର ପରିଚ୍ଛା ପରିଚାଳନା କରିଥିଲେ। ଏହି କାର୍ଯକ୍ରମରେ ଉପଖଣ୍ଡ ପି. ଓ.ଶୈଳଜା ଦାସ ଗୁଣୁପୁର ସିଡିପିଓ , ଜିଲ୍ଲା ପ୍ରଶାସନ, ହେନା ରାଣୀ ପ୍ରଧାନ,ଶିଶୁ ଅଧିକାର କର୍ମୀ ଆଭା ସଂସ୍ଥା, ରାଣୀ ସାହୁ, ଅରେଡା Technical professional , ଜିଲ୍ଲା ମହିଳା ସଶକ୍ତି କରଣ କେନ୍ଦ୍ରର କର୍ମକର୍ତ୍ତା , କିଶୋରୀ ବାଳିକା , ସୁପର ଭାଇଜର, ଅଙ୍ଗନବାଡି କର୍ମୀ , ସମାଜସେବୀମାନେ ଉପସ୍ଥିତ ହେଇଥିଲେ। ଶେଷରେ ଶ୍ରୀମତୀ ମିନତୀ ଦେଓ , ସମାଜ ମଙ୍ଗଳ ଅଧିକାରୀ ଧନ୍ୟବାଦ ଜଣାଇ କାର୍ୟକ୍ରମ ସମାପ୍ତ କରିଥିଲେ ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!