ଅମ୍ଳାନ ବ୍ୟକ୍ତିତ୍ଵଙ୍କ ସ୍ମୃତି ଚାରଣ ସଭା

ଜଟଣୀ, “ଆମ ଓଡ଼ିଶା ଖବର” ୧୨ ଅକ୍ଟୋବର ୨୦୨୫ ରବିବାର ଦିନ ସନ୍ଧ୍ୟା ସମୟରେ ଗ୍ରାମ୍ୟ କମିଟି ସଭାପତି ଲକ୍ଷ୍ମୀଧର ସାମନ୍ତରାୟଙ୍କ ସଭାପତିତ୍ଵରେ ଭୀମପୁର ଗ୍ରାମ ରାମମନ୍ଦିର ପ୍ରାଙ୍ଗଣରେ ସେହି ଗ୍ରାମର ଦିବଂଗତ ଉଲ୍ଲାସ ଚନ୍ଦ୍ର ରାଉତରାୟ ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ଯ କ୍ରମରେ ଜଟଣୀ ବିଧାନ ସଭାର ମାନ୍ୟବର ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ପ୍ରାକ୍ତନ ମନ୍ତ୍ରୀ ସୁରେଶକୁମାର ରାଉତରାୟ, ଏଵଂ ଜଟଣୀ ବ୍ଲକ୍ ଚେୟାରମ୍ୟାନଙ୍କ ପ୍ରତିନିଧି ବିଜୁ ଛୋଟରାୟ ଯୋଗ ଦେଇ ଦିବଂଗତ ଆତ୍ମାର ସ୍ମୃତି ଚାରଣ କରିଥିଲେ। ତତ୍ ସହିତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଜବାହର ଲାଲ ସୁବୁଦ୍ଧି, ପଣ୍ଡିତ ରମାକାନ୍ତ ମିଶ୍ର, ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ, କିଶୋର ସାମନ୍ତରାୟ, ଶକ୍ତିଧର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ, ମୂରଲୀଧର ପ୍ରଧାନ, କାଶୀନାଥ ନାୟକ, ଧୋବଲି ସାହୁ ପ୍ରଭୃତି ନିମନ୍ତ୍ରିତ ଅତିଥି ମାନେ ଯୋଗଦେଇ ସ୍ମୃତି ଚାରଣ କରିଥିଲେ। ସେହି ମହାନ୍ ବ୍ୟକ୍ତି କିପରି ଏକାଧାରରେ
ଜଣେ କଳାକାର, ସୁଦକ୍ଷ ରାଜମିସ୍ତ୍ରୀ, ପରୋପକାରୀ, ସଂଗଠକ ଥିଲେ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। ଗ୍ରାମ୍ୟ ରାମ ନାଟକରେ ରାବଣ ଭୂମିକାରେ ଅଭିନୟ କରି ବହୁ ସ୍ଥାନରେ ସମ୍ବର୍ଦ୍ଧିତ ହୋଇଥିଲେ। ଗ୍ରାମର ବହୁ ଉନ୍ନତି ମୂଳକ କାର୍ଯ୍ଯ କରି ପ୍ରଶଂସିତ ହୋଇଥିଲେ। କୁଶଳ କାରୀଗର ଭାବରେ ପ୍ରଶଂସିତ ହେବା ସହ ବହୁ କୁଶଳ କାରୀଗର ଗଢ଼ିଦେଇ ଯାଇଛନ୍ତି। ବିଭିନ୍ନ ଗ୍ରାମର ରାମ ନାଟକ ସଂଘର କଳାକାର ମାନେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପ୍ରଥମେ ପରିବାର ତରଫରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗଗନ ବିହାରୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏଵଂ ଦିବାକର ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!