(ଆମ ଓଡିଶା ଖବର ) କୁକୁଡ଼ାଖଣ୍ଡି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଚାଲିଥିବା ମହା ଦୁର୍ନୀତି ନେଇ ଅଞ୍ଚଳବାସୀ ମଧ୍ୟରେ ଚାପା ଅସନ୍ତୋଷ ଦେଖାଯାଇଛି । ସାଧାରଣ ଲୋକ ଯେତେବେଳେ ଜମି ରେଜିଷ୍ଟ୍ରି କିମ୍ବା ଅନ୍ୟାନ୍ୟ ଆଇନଗତ ଦଲିଲ ନିମନ୍ତେ ଅଫିସକୁ ଯାଆନ୍ତି, ସେମାନଙ୍କୁ ବିଧିମାନ ଶୁଳ୍କ ଛଡ଼ା ଅତିରିକ୍ତ ଟଙ୍କା ଦେବାକୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ ଉଠିଛି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅଫିସରେ କାମ ସମାପ୍ତ କରିବା ପାଇଁ ମଧ୍ୟସ୍ଥ ଦଲାଲ ରାଜ-ଚାଲୁଛି ଯେଊଁମାନେ, ଅଧିକାରୀମାନଙ୍କ ସହ ମିଳି ଦୁର୍ନୀତିର ଜାଲ ବିଚ୍ଛାଇଛନ୍ତି । ସାଧାରଣ ଜନତାଙ୍କୁ ଜଣେ ମଧ୍ୟସ୍ଥି ମାଧ୍ୟମରେ ଯିବାକୁ ବାଧ୍ୟ କରାଯାଉଛି ଏବଂ ସେଥିପାଇଁ ଅତିରିକ୍ତ ଦେୟ ନେଉଛନ୍ତି ଲେଖାଳି । ଡକ୍ୟୁମେଣ୍ଟ ପିଛା ୨୦୦୦ କମିଶନ ସହିତ ଗୋଟିଏ ଡେଶିମଲ୍ ପିଛା ୩୦୦ ଟଙ୍କା ଦେବାକୁ ବାଧ୍ୟ କରୁଛନ୍ତି କର୍ମଚାରୀ । ଏହି ଦୁର୍ନୀତି ଯୋଗୁଁ ଦିନ କୁ ଦିନ ଜନସାଧାରଣଙ୍କ ଅସୁବିଧା ବଢ଼ିବାରେ ଲାଗିଛି । ଅନେକ ଲୋକ ଅଫିସରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ସତ୍ତେ ମଧ୍ୟ କାମ ହୋଉ ନାହିଁ। ମାନବିକ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ଦୁଃଖଦ ଓ ଅସହ୍ୟକର।
ଅଞ୍ଚଳର ସଚେତନ ନାଗରିକମାନେ ଏହି ବିଷୟ ନେଇ ଶିଘ୍ର ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ଶାଖା ପାଖରେ ଅଭିଯୋଗ ଦାଖଲ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ଦାବି — ଯେ ଏହି ଅଫିସରେ ଥିବା ସମସ୍ତ ଦୁର୍ନୀତିର ନିକଟ ତଦନ୍ତ ହେବା ଆବଶ୍ୟକ।
ସରକାର ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଯଦି ଏହି ଦୁର୍ନୀତି ଉପରେ କଠୋର ପଦକ୍ଷେପ ନେବେ, ତେବେ ଯାଇ ସାଧାରଣ ଜନତା ନ୍ୟାୟ ପାଇବେ।
କୁକୁଡ଼ାଖଣ୍ଡି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମହା ଦୁର୍ନୀତିରେଜିଷ୍ଟ୍ରି କାମ ପାଇଁ ସାଧାରଣ ଲୋକ ହେଉଛନ୍ତି ନିର୍ଦୟ ଶୋଷଣର ସିକାର ।

More Stories
ପ୍ରାଣନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସାଇନ୍ସ ସେମିନାର।
ଜଟଣୀରେ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ ଜଟଣୀ, ୧୧।୧୦।୨୦୨୫
ମହାକାଳପଡା ତହସିଲଦାର ଶିବ ମଲ୍ଲିକଙ୍କୁ ଦିତିୟଥର ଗିରଫ କଲା ଓଡିଶା ଭିଜିଲାନ୍ସ।