ବେଗୁନିଆପଡା, (ଆମ ଓଡିଶା ଖବର): ଭୋଟ ଚୋରି ବିରୋଧରେ ସ୍ୱର ଉଠାଇ ଜନସାଧାରଣଙ୍କ ଭିତରେ ସଜାଗତା ସୃଷ୍ଟି ପାଇଁ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମ ପଞ୍ଚାୟତର ତୁମ୍ୱେଶ୍ବର ମନ୍ଦିର ପ୍ରାଙ୍ଗଣରେ କଂଗ୍ରେସ ପକ୍ଷରୁ ଏକ ଜନସଭା ଓ ଦସ୍ତଖତ ଅଭିଯାନ ଆୟୋଜିତ ହୋଇଯାଇଛି । ବିଶିଷ୍ଠ କଂଗ୍ରେସ ନେତା ଚିରଞ୍ଜିବି ବିଶୋଇ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ବେଳେ ଏହି ଅଭିଯାନକୁ ଗ୍ରାମର ତଳ ସ୍ତରରେ ବିସ୍ତାର କରି ଗଣସାଧାରଣଙ୍କୁ ଜାଗୃତ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସଭାରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା କିଷାନ୍ କଂଗ୍ରେସ (ପଶ୍ଚିମ) ସଭାପତି ରବି କୁମାର ବିଷୋୟୀ ଯୋଗଦେଇ ଭୋଟ ଚୋରି ଘଟଣା ଉପରେ ଗଭୀର ଆଲୋଚନା କରିବା ସହ ଏହା ଲୋକତନ୍ତ୍ର ପାଇଁ ବଡ଼ ଆଶଙ୍କା ସୃଷ୍ଟି କରୁଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସଭାରେ ଭୋଟ ଚୋରି ବିଷୟରେ ଅନେକ ଦଳୀୟ କର୍ମୀ ତାଙ୍କ ଅଭିମତ ପ୍ରକାଶ କରି ଏହା ବିରୋଧରେ ଏକ ମଜବୁତ ଲଢ଼ାଇ ଆବଶ୍ୟକ ବୋଲି ଜଣାଇଥିଲେ ।ଗଣତନ୍ତ୍ରକୁ ମଜବୁତ କରିବା, ଭୋଟ ଅଧିକାରକୁ ସୁନିଶ୍ଚିତ କରିବା ଓ ଭବିଷ୍ୟତ ନିର୍ବାଚନକୁ ନ୍ୟାୟସଂଗତ ଭାବେ ଚଲାଇବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଥିବା ଜଣାପଡିଛି ।ଏହି ସଭାରେ ଅନ୍ୟମାନ୍ୟ ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ଶରତ ଚନ୍ଦ୍ର ଦାଶ,ମନୋରଞ୍ଜନ ଦାଶ,ଭବାନୀ ପ୍ରସାଦ ଜେନା (ବୁଲା),ବିଜୟ ଭୂୟାଁ, ଚନ୍ଦ୍ର ମଣି ପ୍ରଧାନ,ପାଣୁ ସାହୁ,ସନ୍ତୋଷ କୁମାର ନାୟକ,ଦୁର୍ଗା ପ୍ରସାଦ ଭୂୟାଁ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ