ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର ) ତା:-୨୧/୧୦ ଗତ ସୋମବାର ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସଦର ମହକୁମା ପ୍ରଧାନ ସାହିର ବୁଦ୍ଧିରାମ ଦାସ(୬୫) ଦୀପାବଳୀ ଅବସରରେଘରେ ଲିଚୁ ବଲ ମାଳ ଘରଛାତ ଉପରେ ପକାଇ ବିଦ୍ୟୁତ୍ ସଂଯୋଗ କରୁଥିଲାବେଳେ ହଠାତ୍ ବିଦ୍ୟୁତ୍ ଆଘାତରେ ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ , ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ! ତାଙ୍କ ମୃତ ଦେହକୁ ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ବେବଚ୍ଛେଦ କରାଯାଇ ପୁରୀ ସ୍ବର୍ଗଦ୍ଵାରରେ ସଂସ୍କାର କରାଯାଇଥିଲା।ଏକମାତ୍ର ପୁତ୍ର ଭାରତୀୟ ବାୟୁସେନାର କର୍ମଚାରୀ ସାଗର ସଂଗମ ଦାସ ମୁଖାଗ୍ନି ଦେଇଥିଲେ ! ମୃତବୁର୍ଦ୍ଧିରାମ ଦାସ ଜଣେ ଭଲ ଫୁଟବଲ ଖେଳାଳୀ ଥିଲେ! ବୋଲଗଡ଼ ଟାଉନ୍ କ୍ଳବରେ ଜଣେ ସଦସ୍ୟ ରହି ରାଜ୍ୟର ବିଭିନ ଫୁଟବଲ ଟୁର୍ଣ୍ରାମେଣ୍ଟରେ ଭାଗନେଇଥିଲେ । ଏହାସହିତ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଚାକିରି କରି ଶାଖାସହ ପରିଚାଳକ ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ଏପରି ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁରେ ବୋଲଗଡ଼ରେ ଶୋକର ଛାୟା ଖେଳି ଯାଇଛି !
ବିଦ୍ୟୁତ ଆଘାତରେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ !


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।