ବ୍ରହ୍ମପୁରର “ଆମ ଓଡ଼ିଶା ଖବର” ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ଉଠାଇ ନେଲା। ରାତି ୧୧ଟା ୩୦ ରେ ଗଜପତି ନଗର ଘର ଭିତରେ ପ୍ରଶି ବିକ୍ରମଙ୍କୁ ଉଠାଇ ନେଲା ପୋଲିସ। ୪ଟି ପୋଲିସ ଗାଡ଼ି ସହ ବ୍ୟାପକ ପୋଲିସ ଆସି ଉଠାଇନେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ। ପୋଲିସ ଉଠାଇ ନେବା ପରେ ବୈଦ୍ୟନାଥପୁର ଥାନାରେ ପୋଲିସ ଛାଉଣୀ। ୪ଟି ଥାନାର ଅଧିକାରୀ, ୨ ଏସଡିପିଓଙ୍କ ସହ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ବିକ୍ରମଙ୍କୁ ଅଟକ ଖବର ପାଇବା ପରେ ସମର୍ଥକଙ୍କ ଭିଡ଼ ଲାଗିରହିଛି। ବିକ୍ରମଙ୍କୁ ଏଭଳି ଉଠାଇ ନେବାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ଯରେ ଅସନ୍ତୋଷ ଦେଖାଯାଇଛି। ଆଜି ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିପାରେ ବିଜେଡି। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ଶହ ଶହ ବିଜେଡି ନେତା, କର୍ମୀ ଯୋଗ ଦେବା ସମ୍ଭାବନା। ବୈଦ୍ୟନାଥପୁର ଥାନାରେ ଅଛନ୍ତି ବିକ୍ରମଙ୍କ ପରିବାର ଲୋକେ। ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁରୀ ବେଳାଭୂମିରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ବିହାର ସାର୍ପ ସୁଟର ପୀତବାସଙ୍କୁ ଗୁଳି କରିନଥିବା ସୂଚନା। ବିହାରର ସାର୍ପ ସୁଟର ଗୁଳିମାଡ଼ କରିବା ବିଫଳତା ପରେ ଗଞ୍ଜାମର ଅପରାଧୀ ଗୁଳି କରିଥିବା ସୂଚନା ମିଳୁଛି। ସ୍ଥାନୀୟ ସାର୍ପ ସୁଟର ବ୍ରହ୍ମପୁର ଉପକଣ୍ଠର ଏକ ଗାଁର ଅଟକଙ୍କ ଠାରୁ ୨ଟି ବନ୍ଧୁକ ଜବତ ହୋଇଥିବା ସୂଚନା। ବିକ୍ରମ ପଣ୍ଡାଙ୍କ ସହ ୮ ଜଣ ଗିରଫ ହୋଇଛନ୍ତି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ସମାଜରେ “ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ “
ନୀଳକଣ୍ଠ ମେମୋରିଆଲ ଗୁରୁଜଙ୍ଗ କପ କ୍ରିକେଟ ମିନି ଆଧାର ଫାଇନାଲ ରେ ଗୁଡ଼ୁମ l
ଖୋର୍ଦ୍ଧା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ “ସୁରଭି” ୨୦୨୫ ଅନୁଷ୍ଠିତ ।