ସୁପ୍ରିମକୋର୍ଟ, “ଆମ ଓଡ଼ିଶା ଖବର” ଅଧିନିୟମ ଧାରା ୬୬ କ, ସୁପ୍ରିମକୋର୍ଟ କହିଛନ୍ତି, ବିନା କୌଣସି ଲ’ସୁଟ୍ (ମକଦ୍ଦମା) ରେ ପିତାମାତାଙ୍କ ଦ୍ବାରା ହୋଇଥିବା ସମ୍ପତ୍ତି ବୁଝାମଣାକୁ ନାବାଳକ ସନ୍ତାନ ସାବାଳକ ହେବା ପରେ ବାତିଲ କରିପାରିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସନ୍ତାନ ନାବାଳକ ଥିବା ସମୟରେ ତା’ର ପିତାମାତା ଯଦି କାହାକୁ ସମ୍ପତ୍ତି ବିକ୍ରି କରିଥାନ୍ତି କିମ୍ବା ହସ୍ତାନ୍ତର କରିଥାନ୍ତି ତେବେ ତାହାକୁ ସନ୍ତାନ ସାବାଳକ ହେବା ପରେ ଚାଲେଞ୍ଜ କରିପାରିବ। ଏପରି କି ଉକ୍ତ ସମ୍ପତ୍ତିକୁ ସନ୍ତାନ ଅନ୍ୟ କାହାକୁ ବିକ୍ରି କରିପାରିବ। ତେଣୁ ସନ୍ତାନ ନାବାଳକ ଥିବା ସମୟରେ ପିତାମାତା ଯଦି କାହାକୁ ସମ୍ପତ୍ତି ବିକ୍ରି କିମ୍ବା ସ୍ଥାନାନ୍ତର କରିବାକୁ ଚାହୁଁଥାନ୍ତି, ତେବେ ଏଥିପାଇଁ ଏକ ମକଦ୍ଦମା କରିବା ଦରକାର। ମକଦ୍ଦମା ମାଧ୍ୟମରେ ସମ୍ପତ୍ତି ବିକ୍ରି କିମ୍ବା ହସ୍ତାନ୍ତର କରାଯାଇଥିଲେ ଏହା ବୈଧ ବିବେଚିତ ହେବ ବୋଲି ସୁପ୍ରିମକୋର୍ଟ ବିଚାରପତି ପଙ୍କଜ ମିତ୍ତଲ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା କନ୍ଦରସିଙ୍ଗା ଗାଁରେ ନକଲିମଦ କରଖାନା।
ଆଉ ନାହାନ୍ତି ବିଶିଷ୍ଟ ହାସ୍ୟ ଅଭିନେତା ଅସରାନୀ, କିଛି ଘଣ୍ଟା ପୂର୍ବରୁ ଜାଣାଇଥିଲେ ଦୀପାବଳିର ଶୁଭେଚ୍ଛା।
IPS caught taking bribe, Rs 5 crore cash, expensive car and gold bars.