ରିପୋର୍ଟ ଞାନ ରଞ୍ଜନ ଦାଶ ଖୋର୍ଦ୍ଧା (ଆମ ଓଡ଼ିଶା ଖବର)ବୋଲଗଡ ବ୍ଲକ ଅନ୍ତର୍ଗତ ପଞ୍ଚୁକୋଟ ଛକ ନିକଟସ୍ଥ ନନ୍ଦନ ଢ଼ାବା ସମ୍ମୁଖରେ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ ଉପରେ ରବିବାର ଦିନ ମଧ୍ୟାହ୍ନ 12ଟା 40ମିନିଟି ସମୟରେ ଭୁବନେଶ୍ୱର ରୁ ନୟାଗଡ ଅଭିମୁଖେ ଯାଉଥିବା ଗାଡି ନମ୍ବର OD08M5306 ନାମକ ଗ୍ୟାସ ବୋଝଇ ଟ୍ରକଟି ନଣ୍ଡା ବେହେରାଙ୍କ ଘର ଉପରେ ଧକ୍କା ଦେଇ ବିଲ ଭିତରକୁ ପଶିଯାଇଥିବାର ଦେଖିବାକୁ ମିଳିଛି l ସୂଚନା ଅନୁସାରେ ରବିବାର ଦିନ ମଧ୍ୟାହ୍ନ ରେ ଗ୍ୟାସ ଭୋଝେଇ ଟ୍ରକଟି ନିଜର ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଯାଇଥିଲା l ଏହି ଗ୍ୟାସ ବୋଝେଇ ଟ୍ରକରେ ଥିବା ଡ୍ରାଇଭର ଓ ହେଲଫର ସାମାନ୍ୟ ଆହତ ହୋଇଥିବା ଜଣାପଢିଛି l ରାସ୍ତାରେ ଯାଉଥିବା ଲୋକମାନେ ଉଭୟ ଡ୍ରାଇଭର ଓ ହେଲଫର ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l ପରେ ବୋଲଗଡ ଥାନା ପୋଲିସି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରିବା ସହିତ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଚଳାଇଛି l ପରିଶେଷରେ ଶ୍ରୀ ବେହେରାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇ ନଷ୍ଟ ହୋଇ ଥିବାରୁ ତାର କ୍ଷେତି ପୁରଣ ଭରଣ ପୋଷଣ କରିବାକୁ ଦାବି କରିଥିଲେ l
ଭାରସାମ୍ୟ ହରାଇ ଘର ଉପରେ ଚଢ଼ିଗଲା ଗ୍ୟାସ ବୋଝେଇ ଟ୍ରକ l

More Stories
ରଥ ଟଣାରେ ସାଙ୍ଘାତିକ୍ ବିଭ୍ରାଟ, ନନ୍ଦିଘୋଷ ରଥ ଟଣା ହେବା ପୂର୍ବରୁ ଦଉଡ଼ି ଉଭାନ।
ବିଏମସି ଅଫିସରେ ଗୁଣ୍ଡାରାଜ, ଅତିରିକ୍ତ କମିଶନରଙ୍କୁ ଘୋଷାଡି ଘୋଷାଡି ପିଟିଲେ।
ଜେଲବନ୍ଦୀଙ୍କୁ ସମ୍ମାନୀତ କଲେ ରାଜ୍ୟ ସରକାର: ବୋଲଗଡ଼ ଅଞ୍ଚଳରେ ସମ୍ବର୍ଦ୍ଧିତ ହେଲେ ହରିହର