ଚିଲିକା (ଆମ ଓଡ଼ିଶା ଖବର )ଆଜିର ଦିନରେ ମନେପଡନ୍ତି ସେମାନେ , ଯେଉଁମାନେ କି ଚିଲିକାରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବିଙ୍କ ପାଇଁ ଗୁଳି ଖାଇ ମତ୍ସ୍ୟଜୀବିଙ୍କ ଉଦ୍ଦେଶ୍ୟରେ ଶହୀଦ୍ ହୋଇଥିଲେ।
ବାଲୁଗାଁ ୨୯.୦୫.୨୪ ୧୯୯୯ ମସିହାରେ ଆଜିର ଦିନରେ ସୋରଣ ଘୋଡ଼ାଦୌଡ ପେଣ୍ଠଠାରେ ଚିଲିକା ବଞ୍ଚାଅ ମତ୍ସ୍ୟଜୀବି ବଞ୍ଚାଅ ଆହ୍ଵାନରେ ଶାସକ ଓ ପ୍ରଶାସକ ଅମାନୁଷିକ ଗୁଳି କାଣ୍ଡରେ ୫ଜଣ ମତ୍ସ୍ୟଜୀବି ଶହୀଦ ହୋଇଥିଲେ। ସେମାନେ ହେଲେ ବାଞ୍ଛାନିଧି ବେହେରା, ଦିଗମ୍ବର ବେହେରା, ସୁଦର୍ଶନ ବେହେରା,, ପ୍ରମିଳା ବେହେରା ଓ ଲିଙ୍ଗରାଜ ବେହେରା ପ୍ରମୁଖ। ଆଜିର ଦିନରେ ମନେ ପକାଇ ଚନ୍ଦ୍ରାପୁଟ ଠାରେ ଚିଲିକା ପାରମ୍ପରିକ ମତ୍ସ୍ୟଜୀବି ଗଣପରିଷଦ ଆନୁକୂଲ୍ୟରେ ୨୫ତମ ଶହୀଦ ଦିବସ ପାଳିତ ହୋଇଯାଇଅଛି ।ଅନୁଷ୍ଠିତ ସଭାରେ ଚିଲିକାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶହୀଦ ମତ୍ସ୍ୟଜୀବିଙ୍କ ଜୀବନ ବ୍ୟର୍ଥ ଯିବନାହିଁ। ଶହୀଦଙ୍କ ନୀତି ଶିକ୍ଷା ଚିଲିକା ଆନ୍ଦୋଳନକୁ ଉଜ୍ଜୀବିତ କରିବାରେ ସହାୟକ ହୋଇଛି ,ଆଗାମୀ ଦିନରେ ମତ୍ସ୍ୟଜୀବିଙ୍କ ମୌଳିକ ଅଧିକାର ପାଇଁ ଜୀବନ ଦେବୁ ବୋଲି ମତ୍ସ୍ୟଜୀବୀ ନେତା ତଥା ସଂଘ୍ ସମ୍ପାଦକ ଭୀମସେନ ବେହେରା ବକ୍ତବ୍ୟ ମାଧ୍ଯମରେ ଉଲ୍ଲେଖ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଭଞ୍ଜକିଶୋର ବେହେରା ଉପଦେଷ୍ଟା ମଣ୍ଡଳୀ ଗୋବିନ୍ଦ ଜାଲି, ସେନାପତି ବେହେରା,ନାରାୟଣ ବେହେରା,ଧର୍ମାନନ୍ଦ କେଇ, ଦୁଃଖିଶ୍ୟାମ୍ ବେହେରା, ପ୍ରକାଶ ବେହେରା, ଗାଜଲ୍ ବେହେରା, ଗୋଲେଖ ବେହେରା ପ୍ରମୁଖ ସମ୍ୟକ୍ ଭାଷଣ ମାଧ୍ଯମରେ ଶହିଦ ପରିବାର, ସଙ୍ଗଠନ ଓ ଚିଲିକା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦେବକୀ ବେହେରା, ବାନମ୍ବର୍ କେଇ, ଅମନ ମଣ୍ଡଳ , ପ୍ରଦୀପ ଦାସ, ମୋହନ ବେହେରା, ରଙ୍କନଥ ଜାଲି, ଲକ୍ଷ୍ମୀଧର ବେହେରା ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।
More Stories
ଜାନକୀ ପାଢ଼ୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଠମଲ୍ଲିକ ବିଜୟୀ l
ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ l
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l