
ଆଜି ଅଦ୍ୟ ତାରିଖ – ୩୧.୧୦.୨୦୨୫ ରିଖ ରେ ରାୟଗଡ ଜିଲ୍ଲା (ଆମ ଓଡିଶା ଖବର )ବନଖଣ୍ଡ ତରଫରୁ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଦିବସ କୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରିବା ଅବସରରେ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠାନ କରାଯାଇଥିଲା । ଏହି ବୃକ୍ଷ ରୋପଣ କାର୍ଯକ୍ରମ ରାୟଗଡର ସହରାଞ୍ଚଳ ବନୀକରଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାୟଗଡ ବନଖଣ୍ଡର ବନଖଣ୍ଡ ଅଧିକାରୀ ଶ୍ରୀ ଅରୁଣ କୁମାର ବିଶ୍ଵାଳ ଏହି ପବିତ୍ର ଅଁଳା ନବମୀ ରେ ଏକ ଅଁଳା ଚାରା ଲଗାଇ ବୃକ୍ଷ ରୋପଣ କାର୍ଯକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ରାୟଗଡା ବନଖଣ୍ଡର ଅନ୍ୟ କର୍ମଚାରୀ ମାନେ ବିଭିନ୍ନ କିସମ ର ଚାରା ରୋପଣ କରିଥିଲେ ।
ଏହି କାର୍ଯକ୍ରମରେ ବନଖଣ୍ଡ ଅଧିକାରୀ ଶ୍ରୀ ଅରୁଣ କୁମାର ବିଶ୍ଵାଳ ନିଜ ଅଭିଭାଷଣରେ ଅଖଣ୍ଡ ଭାରତ ବର୍ଷ ତୋଳିବାରେରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ତ୍ୟାଗ ଓ ବଳିଷ୍ଠ ନେତୃତ୍ୱ ବିଷୟରେ ଅବଗତ କରିଥିଲେ । ଆମେ ସବୁ ମିଶି ଏକତା ହୋଇ କିପରି ଅଧିକରୁ ଅଧିକ ବୃକ୍ଷ ରୋପଣ କରି ଆମ ଆଖ ପାଖ ଅଞ୍ଚଳମାନଙ୍କରେ ସବୁଜ ବଳୟ ସୃଷ୍ଟି କରିବା ସେ ଉପରେ ଗୁରୁତ୍ବରୋପ କରିଥିଲେ ।
ରାୟଗଡ଼ ଉପ-ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ , ଶ୍ରୀ ସଂଦୀପ କୁମାର ପୃଷ୍ଟି ଓ ଶ୍ରୀ ସତିଶ କୁମାର ଧରୁଆଙ୍କ ସହ ରାୟଗଡ଼ ବନଖଣ୍ଡର ସମସ୍ତ ବନକର୍ମଚାରୀ ଏହି କାର୍ଯକ୍ରମ ରେ ଉପସ୍ଥିତ ଥିଲେ । ରାୟଗଡା ବନାଞ୍ଚଳ ଅଧିକାରୀ ଶ୍ରୀ କମେଶ୍ଵର ଆଚାରୀ , ରାୟଗଡାଙ୍କ ଦ୍ବାରା ଏହି କାର୍ଯକ୍ରମ ଟି ସୁ ପରିଚାଳିତ ହୋଇଥିଲା ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
କାଶୀପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ …
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।