
ଖୋର୍ଦ୍ଧା : ବେଗୁନିଆ ବ୍ଲକ ଅନ୍ତର୍ଗତ ହଜଗ୍ରାମ ପଞ୍ଚାୟତର ଜାଗେଶ୍ୱରି ସେବା ସମବାୟ ସମିତି ଲିର ଚାଷୀ ବିରୋଧୀ କାର୍ଯ୍ୟକଳାପ ପ୍ରତିବାଦରେ ହଜଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କ ଦ୍ଵାରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇ ଚାରି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରା ଯାଇଛି। ଅଭିଯୋଗ ଚାଷୀ ମାନଙ୍କ ପକ୍ଷରୁ ଦାବି ହୋଇଛି ଯେ ଚଳିତ ବର୍ଷ ସମବାୟ ସମିତିର ସଭାପତି ଓ ସଂପାଦକ ଚାଷୀ ମାନଙ୍କ ଠାରୁ ବସ୍ତା ପ୍ରତି ୩ଶହ ୧୦ଟଙ୍କା ଲେଖାଏଁ ଜୋର୍ ଜବର୍ଦସ୍ତ ଆଦାୟ କରିଛନ୍ତି ।ସେହି ସମୟରେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ୨ସହ୬୭ଟଙ୍କା ହୋଇଥିଲା । ଦାବି ମୁତାବକ ସରକାରଙ୍କ ପକ୍ଷରୁ ମାଗଣା ଫସଲ ବୀମା ଥିବାବେଳେ ଚାଷୀ ମାନଙ୍କ ଠାରୁ ସେ ବାବଦରେ ୨ଶହ ଟଙ୍କା ଲେଖାଏଁ ଜୁଲମ କରି ଆଦାୟ କରିଛନ୍ତି । ବାତ୍ୟା ଜନିତ କ୍ଷୟ କ୍ଷତି ବିମାରାଶି ପ୍ରଦାନରେ ଅହେତୁକ ଅନୀୟମିତତା ଓ ପାତର ଅନ୍ତର ସମବାୟ ପକ୍ଷରୁ କରାଯାଇଥିଲା । ଓ ଧାର୍ଯ୍ୟ ବୀମା ରାଶିର ୧୫ପ୍ରତିଶତ ବେଆଇନ ଭାବେ ସଭାପତି ଓ ସମ୍ପାଦକ ଆଦାୟ କରିଥିଲେ । ଏବଂ ସାର ବଣ୍ଟନ ସମୟରେ ଚାଷୀ ପ୍ରବେଶ ଜୟସିଂହଙ୍କୁ ସେବା ସମବାୟ ସମିତିର ସଭାପତି ଓ ସଂପାଦକ ଧକା ବେକା ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ ହୋଇଛି । ସେ ସମ୍ପର୍କରେ ଅଭିଯୋଗକୁ ମଧ୍ୟ ବିଭାଗୀୟ ଅଧିକାରୀ ଅଣଦେଖା କରି ଦେଇଥିଲେ । ଏ ସଂକ୍ରାନ୍ତରେ ପ୍ରାୟ ଦୁଇ ଶହ ଚାଷୀ ଜିଲ୍ଲାପାଳଙ୍କୁ ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୀଡ଼ିତ ଚାଷୀ କୁଳକୁ ନ୍ୟାୟ ପ୍ରଦାନ କରିବା ପାଇଁ ଦରଖାସ୍ତ କରିଥିଲେ । ଆମ ଆଦମୀ ପାର୍ଟି ବେଗୁନିଆ ବୋଲଗଡ଼ ସଂଯୋଜକ କଳ୍ପତରୁ ପଣ୍ଡା ଘଟଣା ସ୍ଥଳରେ ପହଁଚି ଚାଷୀ ମାନଙ୍କ ପ୍ରତି ହୋଇ ଥିବା ଅନ୍ୟାୟକୁ ନିନ୍ଦା କରିବା ସହ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଏ ସଙ୍କରନ୍ତରେ କେବେ ଉଚ୍ଚ କତୃପକ୍ଷ ପଦକ୍ଷେପ ନେଉଛନ୍ତି ତାହା ସାଧାରଣରେ ଚର୍ଚ୍ଚା ହେଉଛି ।

ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା


More Stories
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।
ଜଟଣୀ ଶାଖା ଚିନ୍ମୟ ମିଶନ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ।
ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫