ପାରାଦୀପ, “ଆମ ଓଡ଼ିଶା ଖବର” ଯାତ୍ରା ଜଗତର ଟାଇଗର ଦେବୀ ରଥ ଆଉ ଆମ ଗହଣରେ ନାହାନ୍ତି। ଡିଜେର କମ୍ପ ମାନରେ ତାଙ୍କ ପ୍ରାଣବାୟୁ ଉଡିଗଲା। ଯାତ୍ରା ଜଗତର ଟାଇଗର କହିଲେ ଦେବି ରଥଙ୍କୁ ବୁଝାଏ। ୩ଟି ଡିଜେ ତାଙ୍କର ଜମଦୁତ ହୋଇ ଟେକି ନେଇଗଲେ ଆରପିକୁ। ଅବସର ଜୀବନକୁ ଶାନ୍ତିରେ କଟିବା ପାଇ ମନସ୍ଥ କରିଥିବା ଦେବୀ ରଥରଙ୍କୁ ଦଇବ ସହିଲା ନାହିଁ। ଘଟଣାଟି ଘଟିଛି ପାରାଦୀପ ଗଡରେ। କାର୍ତ୍ତିକ ପୂର୍ଣ୍ଣିମା ରାତିର ଘଟଣା ଶୋଭାଯାତ୍ରାର ଡିଜେ କାଳରାତ୍ରୀ ହୋଇଗଲା ଦେବୀରଥଙ୍କ ପାଇଁ। ଅସୁସ୍ଥ ୭୧ ବର୍ଷିଅ ଦେବୀରଥ ଡିଜେର କମ୍ପମାନ ସମ୍ଭାଳି ପାରିଲେନି, ଅଣନିଶ୍ଵାସି ହୋଇ ପ୍ରଣତ୍ୟାଗ କରିଲେ। କଳା ଅନ୍ଧାର ଘନେଇ ଆସିଲା ତାଙ୍କ ପରିବାର ପାଇଁ। ଏଠି ପ୍ରଶ୍ନ ଉଠୁଛି ପୋଲିସ ପ୍ରଶାସନ ଡିଜେ ବେଆଇନ କରିବା ପରିବର୍ତ୍ତେ ସୁଜୋଗ ଦେଲେ କେମିତି? କେଉଁଭଳି ଚାପର ବସିଭୁତ ହୋଇଗଲେ? ଡିଜେର ଶକ୍ତିଶାଳି ଆବାଜରେ ମୃତ୍ଯୁବରଣ କରିଥିବା କଥା ଗଣମାଧ୍ୟମରେ ବାରମ୍ବାର ପ୍ରସାରଣ ହୋଇ ସାରିଛି। ତେବେ ପୋଲିସ ପ୍ରଶାସନର ଏତେ ଅବହେଳା କାହିଁକି। ପୋଲିସ ପ୍ରଶାସନ ଏହାର ତର୍ଜ୍ଜମା କରି ଦୋଷୀକୁ ଦଣ୍ଡ ବିଧାନ କରିବା ପାଇଁ ଦେବୀରଥଙ୍କ ପୁଅ ଅନୁରୋଧ କରିଛନ୍ତି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଜଟଣୀ ପୁସ୍ତକ ମେଳାର ତୃତୀୟ ଦିନରେ ମହା ସମାରୋହ।
ପରମାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନାମରେ ସାଙ୍ଘାତିକ ଅଭିଯୋଗ।
ଜନଶକ୍ତି ଉଚ ବିଦ୍ୟାଳୟ ୧୯୮୫ ମେଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ ଉତ୍ସବ ।