ସମ୍ବିଧାନ ଦିବସ ପାଳନ ସମ୍ପର୍କେ 

  ଗଞ୍ଜାମ :ଅଖିଳ ଭାରତ କଂଗ୍ରେସ କର୍ମୀ ଏବଂ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଧେଶ କ୍ରମେ ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ (ପୂର୍ବ) ବାପୁଜୀ ଆଶ୍ରମ ଦଳୀୟ କାର୍ଯ୍ୟାଳୟ ରେ ସମ୍ବିଧାନ ଦିବସର ତାତ୍ପର୍ଯ୍ୟ ସମ୍ପର୍କେ ଆଲୋଚନା ହୋଇଥିଲା। ଡଃ ବାବା ସାହେବ୍ ଆମ୍ବେଦକର ଙ୍କ ଫଟୋ ରେ ପୁଷ୍ପମାଳ ପ୍ରଦାନ ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଓ ପରେ କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ପଦଯାତ୍ରା ର ଆୟୋଜନ କରାଯାଇଥିଲା । ରାସ୍ତା ରେ ଥିବା ମହାମାନବ ସୁଭାଷ ଚନ୍ଦ୍ର ବୋଷ , ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ମହାତ୍ମା ଗାନ୍ଧି ଓ ଶେଷରେ ମଧୁସଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଳା ଦିଆଯାଇଥିଲା  ଓ ପଦଯାତ୍ରା ବାପୁଜୀ ଆଶ୍ରମ ରେ ସମାପ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମର ନେତୃତ୍ୱ ଗଞ୍ଜାମ ଜିଲ୍ଲା କଂଗ୍ରେସ (ପୂର୍ବ) ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ ହୋଇଥିବା ବେଳେ ପୁର୍ବତନ ବିଧାୟକ ତ୍ରିନାଥ ବେହେରା ଗଞ୍ଜାମ ଜିଲ୍ଲା ମହିଳା କଂଗ୍ରେସ ସଭାପତି ବନଜା ପଣ୍ଡା ଯୁବ ନେତା ଆତିଶ ଦଳାଈ, ଛାତ୍ର ନେତା ରୁଦ୍ର ପ୍ରସାଦ ଖଟୁଆ ,ସମ୍ବିତ ପାତ୍ର, ବରିଷ୍ଠ କଂଗ୍ରେସ ନେତା ବୃନ୍ଦାବନ ଖଟେଇ ସହ ବହୁ ମହିଳା ,ଯୁବ ନେତା ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ 

  ଆଶା ଆପଣ ଏଇ ସମ୍ବାଦ କୁ ନିଜ ନିଜର ସମ୍ବାଦ ସରବରାହ ରେ ପ୍ରକାଶ କରନ୍ତୁ ।

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।

error: Content is protected !!