କୋଦଳା, (ଖବର): ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ, କୋଦଳା ରେ ବୁଲା କୁକୁର ଓ ବୁଲା ଗୋରୁଗାଇଙ୍କ ପରିଚାଳନା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏ କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ଅଧ୍ୟାପକ ଶ୍ରୀ ଭବାନୀ ଶଙ୍କର ଆଚାର୍ଯ୍ୟ ଆଜିର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ବୁଲାଗୋରୁଗାଇ ଙ୍କ ସଠିକ ପରିଚାଳନା ଉପରେ ଆଲୋକପାତ କରିଥିଲେ । ଆଜିର ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ଲିପୁନ ମାଝୀ, ଶ୍ରୀ ରତ୍ନାକର ପ୍ରଧାନ, ଶ୍ରୀ ସପନ କୁମାର ଦାଶ, ଆଲୋକ ଜେନା ଆଦି ଅଧ୍ୟାପକ ବୁଲା କୁକୁର ଓ ଗାଈଗୋରୁ ଙ୍କ ମହାବିଦ୍ୟାଳୟ ପରିସରରେ ସମସ୍ୟା ଓ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲ । ପରିଶେଷରେ ଅଧ୍ୟାପିକା ଡକ୍ଟର ଜ୍ୟୋସ୍ନାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l