ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦ ର ପଞ୍ଚମ ବାର୍ଷିକ ଉତ୍ସବ ପାଳନ l

ପୁରୀ ଜିଲ୍ଲା( ଆମ ଓଡ଼ିଶା ଖବର )ଡେଲାଙ୍ଗ ତା ୦୮/୧୨/୨୦୨୫ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ବଣିବକ୍ରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ‘ଗ୍ରାମ୍ୟ ରମ୍ୟ’ ର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାଶଙ୍କ ଆୟୋଜନରେ ପଞ୍ଚମ ବାର୍ଷିକ ଉତ୍ସବ୨୦୨୫ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ସଭାମୁଖ୍ୟ ଶ୍ରୀଯୁକ୍ତ କୁଞ୍ଜବିହାରୀ ସାହୁ ସଂଯୋଜନା କରିଥିଲେ ବରିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ ଦାସ ଓ କବି ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ସ୍ୱାଇଁ, ଅତିଥି ଭାବରେ କବି,ସୁଲେଖିକା ସରୋଜିନୀ ଜେନା କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଗୋପଳ ମହାପାତ୍ର।
ଏହାପରେ ପରବର୍ତ୍ତୀ ଦିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ଟିକାୟତରାୟ, ପ୍ରାକ୍ତନ ନିର୍ଦ୍ଦେଶକ ଓଡିଆ ଭାଷା ପ୍ରତିଷ୍ଠାନ, ଓଡ଼ିଶା, ମୁଖ୍ୟବକ୍ତା ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାଶ ‘ନିର୍ଝରଣୀ’ ସାହିତ୍ୟ ପ୍ରତିକାର ସମ୍ପାଦକ, ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାଶ, ବରିଷ୍ଠ ଶିଶୁ ସାହିତ୍ୟିକ ,ଡଃ ହେମନ୍ତ କୁମାର ଛୋଟରାୟ, ବରିଷ୍ଠ ଶିଶୁ ସାହିତ୍ୟିକ, ଶ୍ରୀଯୁକ୍ତ ବିପିନି ବିହାରୀ ଦଳାଇ ସମ୍ପାଦକ- ଟିକିତାରା,ପ୍ରିୟପତ୍ର ଓ ସଭାମୁଖ୍ୟ ଭାବେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମଙ୍ଗରାଜ ବରିଷ୍ଠ ଶିଶୁ ସାହିତ୍ୟିକ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ, କୁନି କୁନି ଛାତ୍ରଛାତ୍ରୀମାନେ ପ୍ରଦୀପ ପ୍ରଜ୍ଜଳନ ମନ୍ତ୍ର ବୋଲିବା ସହିତ ସ୍ୱାଗତ ସଂଗୀତ ଓ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଏହାପରେ ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାଶ ସାହିତ୍ୟ ସଂସଦର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ବାର୍ଷିକ ପତ୍ରିକା ‘ଗ୍ରାମ୍ୟ ରମ୍ୟ’ ଉନ୍ମୋଚନ ସହିତ ଶିଶୁ ସାହିତ୍ୟିକା ଲକ୍ଷ୍ମୀପ୍ରିୟା ଦାଶଙ୍କ ରଚିତ ଏବଂ ସୁଲଭ ପ୍ରକାଶନୀ, ପୁରୀଙ୍କ ଦ୍ୱାରା ପ୍ରକାଶିତ ଶିଶୁ କବିତା ପୁସ୍ତକ ‘ଆମ କୁନାକୁନିଙ୍କ କୁନି ଗୀତ’ ମଧ୍ୟ ଅତିଥି ମାନଙ୍କ ହାତରେ ଉନ୍ମୋଚନ କରାଯାଇଥିଲା। ଗ୍ରାମ୍ୟ ରମ୍ୟ ପତ୍ରିକାର ସମୀକ୍ଷା କରିଥିଲେ ‘ଦିବ୍ୟଦର୍ଶନ’ ର ସମ୍ପାଦିକା ପ୍ରବାସିନୀ ମିଶ୍ର ଏବଂ ‘ଆମ କୁନାକୁନୀଙ୍କ କୁନି ଗୀତ ‘କୁ ସମୀକ୍ଷା କରିଥିଲେ ଜାତୀୟ ପୁରସ୍କାରରେ ସମ୍ମାନୀତ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ କ୍ରିଷ୍ଣା ମହାପାତ୍ର। ଏହାପରେ ସମ୍ବର୍ଦ୍ଧିତ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା।୨୦୨୫ମସିହା ପାଇଁ ସମ୍ବର୍ଦ୍ଧିତ ପ୍ରତିଭା ସମ୍ମାନ ରେ ସବିତା ଭୋଇ, ବରିଷ୍ଠ ଶିଶୁ ସାହିତ୍ୟିକା, ବିରଞ୍ଚି ନାରାୟଣ ଦାଶ, ବରିଷ୍ଠ ଶିଶୁ ସାହିତ୍ୟିକ, ଲକ୍ଷ୍ମୀ ପ୍ରିୟା ଦାସ ଶିଶୁ ସାହିତ୍ୟିକା, ଦୂର୍ଗାବତୀ ପ୍ରଧାନ ବରିଷ୍ଠ ଶିଶୁ ସାହିତ୍ୟିକା, ଜାନକୀବଲ୍ଲଭ ଦାଶ, ସୁଲେଖକ ସୁଲେଖକ ଓ ଶିଶୁ ସାହିତ୍ୟିକ, ପ୍ରଶାନ୍ତ କୁମାର ଦାସ ବରିଷ୍ଠ ଶିକ୍ଷକ, ସୁରେନ୍ଦ୍ର ନାୟକ ବରିଷ୍ଠ ଶିକ୍ଷକ, ସିଦ୍ଧେଶ୍ଵର ବେହେରା ଶିକ୍ଷକ, ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ସମ୍ପାଦିକା, ଚନ୍ଦ୍ର ଶେଖର ସେଠୀ, ଶିକ୍ଷକ ସୁଶ୍ରୀ ବିଜୟଲକ୍ଷ୍ମୀ ଜେନା, ଛାତ୍ରୀ,ଶ୍ରୀମାନ ସତ୍ୟମ୍ ଜିତ୍ ଧାଉଡିଆ ଛାତ୍ର ପ୍ରଭୃତିଙ୍କୁ ଉତ୍ତରୀୟ ଓ ମାନପତ୍ର ଉପଢୌକନ ଦେଇ ଅତିଥି ମାନଙ୍କ ହାତରେ ସମ୍ବର୍ଦ୍ଧିତ କରାଯାଇଥିଲା, ପରେପରେ ଅତିଥି ମାନଙ୍କ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ ପୂର୍ବକ ସଭାକାର୍ଯ୍ୟକୁ ସାଙ୍ଗ କରାଯାଇଥିଲା। ଡେଲାଙ୍ଗ/ ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର

error: Content is protected !!