ଖୋର୍ଦ୍ଧା : ତା୦୮/୧୨ ସୋମବାର ପୂର୍ବାହ୍ନରେ ପଲ୍ଲୀରେ ପ୍ରଶାସନ ଜିଲ୍ଲା ପ୍ରଶାସନ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଜନ ଶୁଣାଣି ଶିବିର ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ କିଶୋର କୁମାର ପଣ୍ଡା, ସହକାରୀ ଜିଲ୍ଲାପାଳ, ଅଭିଯୋଗ, ଭୁବନେଶ୍ଵରୀ କଅଁର , ତହସିଲଦାର, କାହ୍ନୁ ଚରଣ ଘଡ଼ାଇ, ଚିଲିକା ପଂଚାୟତ ସମିତି ଅଧ୍ୟକ୍ଷା ମୋନାଲିସା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ ଯୋଗଦେଇ ଅଭିଯୋଗ ଶୁଣାଣି ରେ ସହଯୋଗ ପ୍ରଦାନ କରିଥିଲେ l ଆଜିର ଅଭିଯୋଗ ଶୁଣାଣି ରେ ମୋଟ ୮୯ ଗୋଟି ଅଭିଯୋଗ ଦରଖାସ୍ତ ଆସିଥିବା ବେଳେ ତନ୍ମଧ୍ୟରୁ ୭୩ ଗୋଟି ଅଭିଯୋଗ ବ୍ୟକ୍ତିଗତ ୧୬ ଗୋଟି ଅଭିଯୋଗ ଗ୍ରାମୀଣ ସମସ୍ୟା ଜନିତ ଥିଲା l ସେହିପରି ୦୫ ଗୋଟି ଅଭିଯୋଗ ଦରଖାସ୍ତ ର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଯୋଗ ସ୍ଥଳରେ ତତ୍କାଳ ସମାଧାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ଡିପାର୍ଟମେଣ୍ଟ ବରିଷ୍ଟ ଅଧିକାରୀ ମାନେ ଜନଶୁଣାଣି ଶିବିରରେ ଯୋଗ ଦେଇଥିଲେ l
ବଡକୁଳ ଗ୍ରାମ ପଞ୍ଚାୟତ ପ୍ରଶାସନିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l


More Stories
ଜନଶକ୍ତି ଉଚ ବିଦ୍ୟାଳୟ ୧୯୮୫ ମେଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ ଉତ୍ସବ ।
ସପ୍ତମ ରାଜସୁନାଖଳା ମହୋତ୍ସବ କାଉଁରୀ- ୨୦୨୫ ଉଦଘାଟିତ।
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।