ବେଗୁନିଆପଡା, (ଆମ ଓଡିଶା ଖବର): ବେଗୁନିଆପଡା ବ୍ଲକ ର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଏବଂ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ ଯୋଗଦେଇ ଉଦଘାଟନ କରିଥିବା ବେଳେ ସନମାନିତ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାହୁ ଯୋଗ ଦେଇ କୁନି କୁନି ଛାତ୍ରଛାତ୍ରୀ ଙ୍କ ବିଭିନ୍ନ ବିଜ୍ଞାନ ଭିତିକ ହାତ ତିଆରି କାରୁକାର୍ୟ୍ଯକୁ ବୁଲି ଦେଖିଥିଲେ । ବିଚାରପତି ଭାବେ ବିଭିନ୍ନ କଲେଜରୁ ଆସିଥିବା କଲେଜ ଅଧ୍ୟାପକ ଆଶୁତୋଷ ସାହୁ,ରାଜେନ୍ଦ୍ର କୁମାର ଜେନା, ଅମନ କୁମାର ପ୍ରଧାନ, ବୀରେନ୍ଦ୍ର ପାଲ ପ୍ରମୁଖ ଯୋଗଦେଇ ସମସ୍ତ ବିଜ୍ଞାନଭିତିକ କାରୁକାର୍ୟ୍ଯ କୁ ଅନୁଧ୍ୟାନ କରିବା ସହିତ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ପାଇଁ ଭଲ ପ୍ରଦର୍ଶନ କରିଥିବା ଦଶ ଜଣ ଛାତ୍ରଛାତ୍ରୀଙ୍କୁ ବାଛିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଜ୍ୟୋତିର୍ମୟୀ ନନ୍ଦ,ଶିକ୍ଷକ ମୀନ କେତନ ମହାରଣା, ପଙ୍କଜ କୁମାର ବେହେରା,ଶ୍ରଦ୍ଧା ରଞ୍ଜନ ରୟ ଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶିକ୍ଷକ ପ୍ରଭାତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?