ଭୁବନେଶ୍ୱର: “ଆମ ଓଡିଶା ଖବର” ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥୀରାଜ ହରିଚନ୍ଦନଙ୍କ ବଡ ବୟାନ, ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ। ଆହୁରି ମଧ୍ଯ କହିଛନ୍ତି ବିଭିନ୍ନ କାରଣରୁ ଅନେକ ମଦ ଦୋକାନ ଏବଂ ବାର ଗୁଡିକ ପୂର୍ବରୁ ବନ୍ଦ କରାଯାଇଛି। ରାଜ୍ୟରେ ଆଉ ଅଫ୍ ଏବଂ ସିଏଲ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବନାହିଁ। ଶ୍ରୀ ହରିଚନ୍ଦନଙ୍କ ସୁନ୍ଦର ପ୍ରୟାସକୁ ସାଧାରଣ ଜନତା ଭୁରି ଭୁରି ପ୍ରଶଂସା କରିଛନ୍ତି। ଏନେଇ ବିଧାନସଭାରେ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବିଭିନ୍ନ କାରଣରୁ ରାଜ୍ୟର ଅନେକ ମଦ ଦୋକାନକୁ ବନ୍ଦ କରାଯାଇଛି। ଶ୍ରୀ ହରିଚନ୍ଦନ ବ୍ୟାଖ୍ୟା କରିଛନ୍ତି ଯେ ଜନସାଧାରଣଙ୍କ ବିରୋଧ ଚାଲିଥିବା କୋର୍ଟ ମାମଲା, ବେଆଇନ ବ୍ୟବସାୟରେ ଲାଇସେନ୍ସ ଧାରୀଙ୍କ ସମ୍ପୃକ୍ତି, ମନଇଛା କାରବାର ସହିତ ବିଭିନ୍ନ ପରିସ୍ଥିତି କାରଣରୁ ଅନେକ ମଦ ଦୋକାନ ଏବଂ ବାର ପୂର୍ବରୁ ବନ୍ଦ ହୋଇସାରିଛି। ଏହି ମଦ ଦୋକାନ ବନ୍ଦ କରିବା ଅବକାରୀ କାର୍ଯ୍ୟରେ ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତା ଆଣିବା ପାଇଁ ଏକ ପ୍ରମୁଖ ପ୍ରୟାସକୁ ପ୍ରତିଫଳିତ କରିବାରେ ସହାୟକ ହେବ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ