
ରାୟଗଡଡା ଜିଲ୍ଲା (ଆମ ଓଡିଶା ଖବର )ତା :- ୧୮ .୧୨.୨୦୨୫ ରିଖ , ଦିବା ୧୧ ଘଟିକା ସମୟରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଆଭା ଅନୁଷ୍ଟାନ ର ଆନୁକୁଲ୍ୟ ରେ ବାଲ୍ୟବିବାହ ନିରୋଧ ପାଇଁ ସଚେତନତା, ସାମୁଦାୟିକ ଅଂଶଗ୍ରହଣ ଓ ବିଭାଗୀୟ ସମନ୍ୱୟକୁ ଲକ୍ଷ୍ୟରେ ରଖି ‘ବାଲ ବିବାହ ମୁକ୍ତ ଭାରତ’ ଅଭିଯାନ ଅନ୍ତର୍ଗତ ୧୦୦ ଦିନିଆ ସଚେତନତା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ରେ ସଫଳତାର ସହ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ , ମୁଖ୍ୟ ବିକାଶ ଅଧିକାରୀ-ତଥା -କାର୍ଯ୍ୟନିର୍ବାହୀ ଅଧିକାରୀ (CDO-cum-EO), ଜିଲ୍ଲା ପରିଷଦ ରାୟଗଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ଶ୍ରୀମତୀ ମିନତୀ ଦେଓ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ (DSWO), ରାୟଗଡ଼ା ସମସ୍ତ ଅତିଥି, ଅଧିକାରୀ ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରି, ୧୦୦ ଦିନିଆ ସଚେତନତା ଅଭିଯାନର ଉଦ୍ଦେଶ୍ୟ ଓ କାର୍ଯ୍ୟଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।
ସଭାକୁ ସମ୍ବୋଧନ କରି ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ , ମୁଖ୍ୟ ବିକାଶ ଅଧିକାରୀ-ତଥା -କାର୍ଯ୍ୟନିର୍ବାହୀ ଅଧିକାରୀ (CDO-cum-EO), ରାୟଗଡ଼ା ,ବାଲ୍ୟବିବାହ ନିରୋଧ ପାଇଁ ‘ନିରୋଧ, ସୁରକ୍ଷା ଓ ଅଭିଯୋଗ ମୁକଦ୍ଦମା’ (Prevention, Protection, Prosecution) ର ତିନିମୁଖୀ ରଣନୀତି ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ ସଚେତନତା ଓ ଶିକ୍ଷା ମାଧ୍ୟମରେ ନିରୋଧ, ସମୟୋଚିତ ସହାୟତା ଓ ଉଦ୍ଧାର ମାଧ୍ୟମରେ ଶିଶୁମାନଙ୍କ ସୁରକ୍ଷା, ଏବଂ ଆଇନ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଏକାଠି ଚାଲିବା ଆବଶ୍ୟକ। ସେ ବିଶେଷ ବିବାହ ଆଇନ, ୧୯୫୪ର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରି, ସ୍ୱଇଛାରେ, ଆଇନସମ୍ମତ ବୟସରେ ଓ ସାମାଜିକ ଚାପ ମୁକ୍ତ ବିବାହ ପାଇଁ ଏହାକୁ ଏକ ପ୍ରଗତିଶୀଳ ବିକଳ୍ପ ବୋଲି କହିଥିଲେ। ସେ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବାଲ୍ୟବିବାହ ଭଳି ସାମାଜିକ କୁପ୍ରଥାକୁ ମୁଳତ୍ପାଟନ କରିବା ପ୍ରତି ଜିଲ୍ଲା ପ୍ରଶାସନର ଦୃଢ଼ ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରିଥିଲେ।
ଏହି ଅବସରରେ ପୁଲିସ ଅଧିକ୍ଷକଙ୍କ ପ୍ରତିନିଧି ଭାବେ ଇନ୍ସପେକ୍ଟର ଦିନକୃଷ୍ଣ ମିଶ୍ର ଉପସ୍ଥିତ ଥାଇ ରାୟଗଡ଼ା ଜିଲ୍ଲାରେ ବାଲ୍ୟବିବାହର ବର୍ତ୍ତମାନ ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ସେ ବାଲ୍ୟବିବାହ ନିଷେଧ ଆଇନ ଅନୁସାରେ ନିରୋଧ, ସମୟୋଚିତ ହସ୍ତକ୍ଷେପ ଓ କଡା ଆଇନଗତ ପଦକ୍ଷେପ ନେବାରେ ପୁଲିସ ବିଭାଗର ଭୂମିକା ଉପରେ ଜୋର ଦେଇଥିଲେ।
ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (DPHO), ରାୟଗଡ଼ା ଡାକ୍ତର ରୁମା ମହାପାତ୍ର, PCPNDT ଆଇନର ଗୁରୁତ୍ୱ ଓ ଲିଙ୍ଗ ଭିତ୍ତିକ ଭ୍ରୂଣହତ୍ୟା ରୋକିବାରେ ଏହାର ଭୂମିକା ବିଷୟରେ ଅଲୋକପାତ କରିଥିଲେ। ସେ ବାଲ୍ୟବିବାହ, କମ୍ ବୟସରେ ଗର୍ଭଧାରଣ, ମାତୃ ସ୍ୱାସ୍ଥ୍ୟ ଝୁମ୍ପ ଓ ଶିଶୁମୃତ୍ୟୁ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଉଲ୍ଲେଖ କରି, ବାଲ୍ୟବିବାହ ନିରୋଧକୁ ଏକ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସ୍ୱାସ୍ଥ୍ୟ ବିଷୟ ବୋଲି କହିଥିଲେ।
ଶକ୍ତି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ରମେଶ ଚନ୍ଦ୍ର ନାୟକ ୧୦୦ ଦିନିଆ ସଚେତନତା ଅଭିଯାନର କାର୍ଯ୍ୟଯୋଜନା, ଲକ୍ଷ୍ୟ ଓ କାର୍ଯ୍ୟାନୁଷ୍ଠାନ ପଦ୍ଧତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥିତ ସଭାସଦଙ୍କୁ ବୁଝେଇଥିଲେ।
ଆଭା ଅନୁଷ୍ଟାନ ର ପ୍ରତିନିଧି ହେନା ରାଣୀ ପ୍ରଧାନ ଏହି ଅଭିଯାନର ଲକ୍ଷ୍ୟ ହେଉଛି ବାଲ୍ୟବିବାହ ସମ୍ପର୍କିତ ଆଇନଗତ ବ୍ୟବସ୍ଥା, ଏହାର କୁପରିଣାମ ଓ ଝିଅମାନଙ୍କ ଶିକ୍ଷା ଓ ସଶକ୍ତିକରଣର ଗୁରୁତ୍ୱ ବିଷୟରେ ସଚେତନତା ପ୍ରସାର କରିବା। ବାଲ୍ୟ ବିବାହ ହେଉଥିବା ଅଞ୍ଚଳ ଚିହ୍ନଟ, ସମ୍ବେଦନଶୀଳ ଶିଶୁମାନଙ୍କ ନିରୀକ୍ଷଣ ଓ ବିଭାଗୀୟ ସମନ୍ୱୟ ମାଧ୍ୟମରେ ସମୟୋଚିତ ପଦକ୍ଷେପ ନିଆଯିବ।
ଶ୍ରୀ ଦିବାକର ପରିଚ୍ଛା ଜିଲ୍ଲା ସଂଯୋଜକ, ମହିଳା ସଶକ୍ତି କରଣ କେନ୍ଦ୍ର ଏହି କାର୍ଯ୍ୟକ୍ରମ କୁ ପରି ଚାଳନା କରିଥିଲେ । ଶ୍ରୀମତୀ ପ୍ରତିମା ରାଣୀ ଦାସ, ସୁରକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ମହିଳା ଓ ଶିଶୁ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ପୁଲିସ, ମିଶନ ଶକ୍ତି, ICDS, ଆଦିବାସୀ କଲ୍ୟାଣ ବିଭାଗ, ମହିଳା ସଶକ୍ତି କରଣ କେନ୍ଦ୍ର ,ଶକ୍ତି ଅନୁଷ୍ଟାନ, ଅଙ୍କୁର ଫାଉନ୍ଡେଶନ ,ଏକକ କେନ୍ଦ୍ର (OSC), ଶକ୍ତି ସଦନ , ବିଭିନ୍ନ ବେସରକାରୀ ସଂସ୍ଥା ଓ ଅନ୍ୟାନ୍ୟ ହିତଧାରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜିଲ୍ଲାର ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଏହି ଅଭିଯାନକୁ ସଫଳ କରିବା ପାଇଁ ସମୁହ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମର ଶେଷରେ ‘ବାଲ୍ ବିବାହ ମୁକ୍ତ ରାୟଗଡ଼ା’ ସୃଷ୍ଟି କରିବା ଓ ‘ବାଲ୍ ବିବାହ ମୁକ୍ତ ଭାରତ’ ଲକ୍ଷ୍ୟ ସାଧନ ପାଇଁ ସମସ୍ତେ ସମୁହ ଶପଥ ଗ୍ରହଣ କରିଥିଲେ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ରାୟଗଡ଼ରେ ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନର ୧୦୦ ଦିନିଆ ସଚେତନତା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ।
ଗୁଣପୁର ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ପରିସରରେ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ।
୮୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ।