ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ର କବିତୀର୍ଥ ସାନପଦର ଗ୍ରାମ ର ବିଶିଷ୍ଟ କୃଷକନେତା ତଥା ଅବସରପ୍ରାପ୍ତ ସୈନିକ ସମାଜସେବୀ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଦଳାଇ ଙ୍କ ର ଏକାଦଶ ସ୍ମୃତିଚାରଣ ସମାରୋହ ବୃନ୍ଦାବତୀ କ୍ଲବ୍ ସଭାଗୃହ ଠାରେ ପୂର୍ଣ୍ଣଚନ୍ଦ୍ର ସ୍ମୃତି ସଂସଦ ର ସଭାପତି ରାଜକିଶୋର ବ୍ରହ୍ମା ଙ୍କ ଅଧ୍ୟକ୍ଷତା ଓ ସଂସଦ ର ସମ୍ପାଦକ ତଥା ଉଦଘୋଷକ ଶ୍ରୀକାନ୍ତ କୁମାର ନାୟକ ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ନୟାଗଡ ଜିଲ୍ଲା ର ପ୍ରାକ୍ତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବପ୍ରସାଦ ମଜୁମଦାର ଯୋଗଦେଇ ପୂର୍ଣ୍ଣଚନ୍ଦ୍ର ଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ସମସ୍ତ ଯୁବ ବର୍ଗ ପୂର୍ଣ୍ଣଚନ୍ଦ୍ର ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୁଅନ୍ତୁ ବୋଲି କହିଥିଲେ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଭାବେ ଆମରି ସତ୍ୟ ର ପ୍ରତିଷ୍ଠାତା ତଥା ବେଗୁନିଆ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ପ୍ରମୋଦ ଚନ୍ଦ୍ର ଦାସ ଯୋଗଦେଇ ପୂର୍ଣ୍ଣଚନ୍ଦ୍ର ଏ ଅଞ୍ଚଳ ର ଜଣେ ସୈନିକ ଓ କୃଷକ ନେତା ଭାବେ ଦେଶ ଓ ଦଶ ର ସେବା କରିଛନ୍ତି ଓ ପୂର୍ବତନ ବିଧାୟକ ଗଙ୍ଗାଧର ପାଇକରାୟ ଙ୍କ ଘନିଷ୍ଠ ସହଯୋଗୀ ଭାବେ ସେ ଅଞ୍ଚଳ ପାଇଁ ଅନେକ କାର୍ଯ୍ୟ କରିଛନ୍ତି ବୋଲି ପ୍ରକାଶ କରିଥିଲେ ।ବିଶିଷ୍ଟ ଅତିଥି ଭାବେ ,ଗୋପାଳପୁର ସରପଞ୍ଚ ପ୍ରଦୀପ କୁମାର ବାରିକ , ସାନପଦର ସମିଟିସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର ପୂର୍ବତନ ସରପଞ୍ଚ ନାରାୟଣ ବଳିଆରସିଂହ , ସମାଜସେବୀ ଭିକାରୀ ଚରଣ ସାହୁ,ଶିକ୍ଷକ ନେତା ସୁମନ୍ତ ଛୋଟରାୟ,ଗ୍ରାମ୍ୟ ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଅର୍ଜୁନ ପଟ୍ଟନାୟକ , ଅଜୟ କୁମାର ମଙ୍ଗରାଜ , ବିଜୟ କୁମାର ଗୁମାନସିଂ ପ୍ରମୁଖ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଙ୍କ ଜୀବନୀ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଙ୍କ ସୁପୁତ୍ର ସୁନିଲ କୁମାର ଦଳାଇ ପରିଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ରାସୋଳ, ବାୟାପଲ୍କୀ ଓ ଆଖ 50 ଜଣ ବାୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଙ୍କୁ କମଳ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ରୀ ମାନେ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ପୂର୍ଣ୍ଣଚନ୍ଦ୍ର ସ୍ମୃତି ସଂସଦ ଓ ବୃନ୍ଦାବତୀ କ୍ଳବ୍ ର ସମସ୍ତ ସଭ୍ୟ ମାନେ ପରିଚାଳନା କରିଥିବାବେଳେ ପୁତ୍ର ତଥା ଆବାହକ ସୁନୀଲ କୁମାର ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ରାସୋଳ, ବାୟାପଲ୍ଲୀ,ସାନପଦର , ପିଚୁକୁଳି,ଚଂପାଇଲୋ ଗ୍ରାମ ର ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ ।
କୃଷକନେତା,ଅବସରପ୍ରାପ୍ତ ସୈନିକ ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କ ଦ୍ଵାଦଶ ବାର୍ଷିକ ସ୍ମୃତି ସମାରୋହ


More Stories
କୁଶମାଟି କ୍ଳଷ୍ଟର ଅଭିନବ ପ୍ରୟାସ ” ମାନସ ମନ୍ଥନ”
ଜାନକୀ ପାଢ଼ୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପାଇକ ତିଗିରିଆ ଚମ୍ପିଆନ ।
ଡକ୍ଟର ଭାରତ ଭୂଷଣ ଜଗଦ୍ଦେବ ଙ୍କୁ ମିଳିଲା ଜ୍ୟୋତିଷ ବିଶିଷ୍ଟ ସମ୍ମାନ l