ରିପୋର୍ଟ :ଦେବାଶିଷ
କୋଦଳା, (ଆମ ଓଡ଼ିଶା ଖବର ) ବୁଧବାର ଦିନ ଲକ୍ଷ୍ମୀନାରାୟଣ ସ୍ନାତକ ମହବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ନିର୍ଦ୍ଦେଶିତ ଆନ୍ତର୍ଜାତିକ ନିଶାମୁକ୍ତ ଦିବସ ପାଳନ କରାଯାଇଅଛି। ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଙ୍କ ଅଧକ୍ଷତାରେ ମଞ୍ଚ ରେ ଉପସ୍ଥିତି ଥିବା ପ୍ରଶାସନିକ ଅଧିକାରୀ ଶ୍ରୀମତୀ ରଞ୍ଜୁବାଲା ନନ୍ଦ, ଏକାଡେମୀକ ଅଧିକାରି ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର କାର୍ଯକ୍ରମକୁ ଉଦ୍ଘାଟନ କରିଥିଲେ। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ କାର୍ଯକ୍ରମ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପଣ୍ଡା, ଶ୍ରୀମତି ସାଗରିକା ଦାସ କାର୍ଯକ୍ରମ ସଂଜାଜନା ଦାୟିତ୍ଵ ଗ୍ରହଣ କରିଥିଲେ।ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ର ଙ୍କ ଉପସ୍ଥିତରେ ନିସାନିବାରଣ ସମ୍ପର୍କୀୟ ବିଷୟ ରେ ଆଲୋଚନା କରାଯାଇଥିଲା। ଏଥିରେ ଇତିହାସ ବିଭାଗୀୟ ଅଧ୍ୟାପକ ଶ୍ରୀମାନ ସପନ କୁମାର ଦାସ, ଗୃହଲକ୍ଷ୍ମୀ ସାହୁ,ଓଡ଼ିଆ ବିଭାଗୀୟ ଅଧ୍ୟାପିକା ଡକ୍ଟର ଜ୍ୟୋତ୍ସ୍ନା ରାଣୀ ସାହୁ,ଯୁବ ରେଡକ୍ରସ୍ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ରତ୍ନାକର ପ୍ରଧାନ ଯୋଗଦେଇ କାର୍ଯକ୍ରମ କୁ ସଫଳ ରୂପାୟନ କରିଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ସମ୍ପର୍କେ ଶପଥ ପାଠ କରାଇଥିଲେ। ପରିଶେଷରେ ଡକ୍ଟର ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।