ରିପୋର୍ଟ :ଦେବାଶିଷ
କୋଦଳା, (ଆମ ଓଡ଼ିଶା ଖବର ):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଦିଗାପଡା ପଞ୍ଚାୟତରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ପ୍ରାୟ ଛଅ ଶହରୁ ଉର୍ଦ୍ଧ ଭତ୍ତା ବଣ୍ଟନ ହୋଇଥିବା ସୂଚନା ମିଳିଥିବା ବେଳେ ପର୍ଯ୍ୟାୟ କ୍ରମେ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯିବ ବୋଲି ସୂଚନା ଦେଇଛନ୍ତି ସରପଞ୍ଚ ସମୀର ଶତପଥି | କିଛି ଦିନ ତଳେ ଭତ୍ତା ବିଳମ୍ବ ହେବାକୁ ନେଇ କିଛି ଲୋକଙ୍କ ଅଭିଯୋଗର ଉତ୍ତରରେ ସରପଞ୍ଚ କହିଛନ୍ତି ଯେ ବ୍ୟାଙ୍କ ସମସ୍ୟା ଯୋଗୁଁ ଭତ୍ତା ବଣ୍ଟନ ବିଳମ୍ବ ହେଲା ଏଵଂ ଏହା ଖୁବ ଶୀଘ୍ର ସମସ୍ତ ହିତାଧିକାରୀଙ୍କୁ ବଣ୍ଟା ଯିବ | ତେବେ ଏହି ଭତ୍ତା ବଣ୍ଟନ ସମୟରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାଧବ ମଲିକ, ଯୋଗାଣ ସହାୟକ ନାରାୟଣ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ |


More Stories
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l