ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ।

ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )ତା :-୨୧/୧୨/ ୨୫ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ତଥା ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରବିବାର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଳାପାଳ ନବିନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ଯ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ମୁଖ୍ଯ ଅତିଥିଭାବେ ଯୋଗଦେଇଥିଲେ । ବରେଣ୍ଯ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ ଓ ଶାନ୍ତିଲତା ମୁନୀ, ମଙ୍ଗଳ ବିଭାଗ ଶିକ୍ଷା ନିରୀକ୍ଷକ ଶ୍ୟାମଘନ ଭୂୟାଁ, ସହକାରୀ ଜିଲ୍ଲାପାଳ କୈଳାସ ଚନ୍ଦ୍ର ସ୍ଵାଇଁ, ରାମନଗୁଡ଼ା ଶିକ୍ଷାଧିକାରୀ ସୃଜନ ମଲିକ,ଚନ୍ଦ୍ରପୁର ଶିକ୍ଷାଧିକାରୀ ଗଣେଶ ଶବର, ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ଭୋଇ ଏବଂ ବିଜ୍ଞାନ ପରିଦର୍ଶକ ଦୀପକ ବେହେରା ମଞ୍ଚାସୀନ ଥିଲେ । ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନାଏକ ଏକ କ୍ଷୁଦ୍ର ଗଳ୍ପ ମାଧ୍ୟମରେ ଶିଶୁଙ୍କ ଜୀବନ କୌଶଳକୁ ଯୁକ୍ତିଯୁକ୍ତ ଭାବେ ବୈଜ୍ଞାନିକ ଦୃଷ୍ଟିକୋଣର ବୃଦ୍ଧି କରିବା ନିମନ୍ତେ ସଚେତନ କରାଇଥିଲେ । ସେହିପରି ଉଦଯାପନୀ ଉତ୍ସବରେ ଶାଗୁଣାର ଦୂରଦୃଷ୍ଟି, ରବର୍ଟ ଫର୍ଷ୍ଟଙ୍କ ଇଂରାଜୀ କବିତା, ଡ: ଏ ପି ଜେ ଅବଦୁଲ କଲାମଙ୍କ ଜୀବନୀର ଉଦାହରଣ ମାଧ୍ୟମରେ ଆବିଷ୍କାର ଓ ଉଦ୍ଭାବନ, କୂତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଅନେକ ରାସ୍ତା ଅତିକ୍ରମ କରିବାକୁ ଅଛି । ନିତୀ ଆୟୋଗଙ୍କ ମାପକାଠିରେ ରାୟଗଡ଼ ଜିଲ୍ଲାରେ ଶିକ୍ଷାର ଅଗ୍ରଗତି ପାଇଁ ନୂତନ ଉପାୟ, ଚିନ୍ତାଧାରା ଶିକ୍ଷକ, ଶିକ୍ଷାବିତ ଓ ଶିଶୁଙ୍କ ଠାରୁ ଆହ୍ବାନ କରିଥିଲେ। ରାୟଗଡ ଜିଲ୍ଲା ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବେଳେ ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଖେମୁଣ୍ଡୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କରକମଳରୁ ଏହି ପୁରସ୍କାର ଗ୍ରହଣ କରିବା ଜିଲ୍ଲାପାଇଁ ଗୌରବର ବିଷୟ ଅଟେ । ବିଦ୍ୟାଳୟ ସ୍ତରରେ ବୈଜ୍ଞାନିକ ମନୋବୃତ୍ତି ସହ ଉଚ୍ଚାଭିଳାଷ ସ୍ବପ୍ନ ଦେଖିବା ଓ ଏହାର ସଫଳତା ପାଇଁ ଚେଷ୍ଟିତ ହେବାକୁ ପ୍ରବର୍ତ୍ତନଇଥିଲେ ।
କୁନି ବୈଜ୍ଞାନିକ ମାନଙ୍କ ମନରେ ବିକଶିତ ଓ ଆତ୍ମନିର୍ଭର ଭାରତ ଗଠନର ମନୋବୃତି ସୃଷ୍ଟି, ନୂତନ ବୈଜ୍ଞାନିକ ଚିନ୍ତାଧାରାର ଉଦ୍ରେକ, ବୈଜ୍ଞାନିକ ପ୍ରଚାର ଓ ପ୍ରସାର ସହ ରାଷ୍ଟ୍ରିୟ ଆବିଷ୍କାର ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ହାସଲ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ଏତାଦୃଶ ପ୍ରଚେଷ୍ଟାର ଭୂୟଷି ପ୍ରଶଂସା କରିଥିଲେ ।
ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଏଗାରଗୋଟି ବ୍ଲକରୁ ଛଅଟି ଲେଖାଁଏ ମୋଟ ୬୬ ଗୋଟି ପ୍ରକଳ୍ପ, ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ଏଗାରଟି ବ୍ଲକରୁ ସାତୋଟି ଥିମରେ ୭୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଜିଲ୍ଲାର ୭୦ ଗୋଟି ବିଦ୍ୟାଳୟରୁ ୧୪୩ ଗୋଟି ପ୍ରକଳ୍ପ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା । ୨୨ ଜଣ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ବାଲ ବୈଜ୍ଞାନିକ ଅଭିଯାନରରେ ଦିର୍ଘ୍ୟସ୍ଥାୟୀ କୃଷି, ବର୍ଜ୍ୟବସ୍ତୁର ସୁପରିଚାଳନାର ଓ ପ୍ଲାଷ୍ଟିକର ବିକଳ୍ପ, ସବୁଜ ଶକ୍ତି,ଉଦୀୟମାନ ପ୍ରଯୁକ୍ତି ବିଦ୍ୟା, ମନୋରଞ୍ଜନାତ୍ମକ ଗାଣିତିକ ମୋଡେଲ, ସ୍ବାସ୍ଥ୍ ଓ ପରିଚ୍ଛନ୍ନତା ଏବଂ ଜଳ ସଂରକ୍ଷଣ ଓ ପରିଚାଳନା ଏଭଳି ସାତଗୋଟି ଥିମ ଉପରେ ପ୍ରକଳ୍ପ ଗୁଡିକ ପର୍ଯ୍ୟବେସିତ ଥିଲା । କେନ୍ଦ୍ରିୟ ବିଦ୍ୟାଳୟରୁ ଆନନ୍ଦ ନାଗ,ଡ:ରମେଶ ସାହୁ,ତୁହିନ ଅଧିକାରୀ, ବିଶ୍ବରଞ୍ଜନ ମିଶ୍ର, ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଅଞ୍ଜନା ପଟ୍ଟନାୟକ,ଉମାଶଙ୍କର ସାହୁ, ସସ୍ମିତା ପଣ୍ଡା, ରାୟଗଡ ସ୍ବୟଂ ଶାସିତ କଲେଜର ଅନିତା ସାହୁ, ଡ: ନିରଞ୍ଜନ ବିଶ୍ବାଳ, ମହିଳା ମହାବିଦ୍ୟାଳୟର କୈଳାଶ ଚନ୍ଦ୍ର ସାହୁ,ଚନ୍ଦନ ପ୍ରାସ୍କା ଓ ଡ: ଗୀତାଞ୍ଜଳି ପାତ୍ର ଏଭଳି ବାର ଜଣ ପ୍ରଧ୍ୟାପକ ବିଚାରକ ରୂପେ ଯୋଗଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ ।
ଏଥିମଧ୍ୟରୁ ସାତୋଟି ଉତ୍କୃଷ୍ଟ ପ୍ରକଳ୍ପ କେନ୍ଦୁଝରସ୍ଥିତ ଡି ଏନ ଉଚ୍ଚ ବିଦ୍ୟାଳୟରେ ଚଳିତ ଡିସେମ୍ବର ୨୬ ରୁ ୨୮ ତାରିଖ ମଧ୍ଯରେ ଅନୁଷ୍ଠିତ ହେବାଢକୁଥିବା ରାଜ୍ୟ ସ୍ତରୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ ବୋଲି ବିଜ୍ଞାନ ପରିଦର୍ଶକ ଦୀପକ ବେହେରା ପ୍ରକାଶ କରିଛନ୍ତି । ସେମାନେ ହେଲେ ସିରିଆପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନିକିତା ମହାନନ୍ଦିଆ, କୋଲନରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରିୟଙ୍କା ସେଠୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମିନତି ବିଭୋର, ଗୁଣୁପୁର ଓଡିଶା ଆଦର୍ଶ ବିଦ୍ୟାଳୟର ସ୍ବରୁପ ତ୍ରିପାଠୀ, କେ ସିଂପୁର ଓଡିଶା ଆଦର୍ଶ ବିଦ୍ୟାଳୟର ରୁପେଶ ମହାନନ୍ଦିଆ, କନ୍ଧ ମାଲିଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଶ୍ବରେଖା ସାମଲ ଓ ବଡ ଇନକୁବେଟର ଉଚ୍ଚ ବିଦ୍ୟାଳୟର ଚାନ୍ଦିନୀ ବାଚେଲି । ସମସ୍ତ କୃତି ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!