ପୁରୀ ଜିଲ୍ଲା( ଆମ ଓଡ଼ିଶା ଖବର) ଡେଲାଙ୍ଗ ୨୩-୧୨-୨୫ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁର ସୋମନାଥ ଦେବ ବିଦ୍ୟାପୀଠ ପରିସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବାର୍ଷିକ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାଗ୍ୟବତୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଡେଲାଙ୍ଗ ବ୍ଲକ ଅଧକ୍ଷା ଜୟନ୍ତୀ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପିଲାମାନଙ୍କୁ ପାଠପଢ଼ା ରେ ଅଧିକ ଧ୍ୟାନ ଦେବାକୁ କହିଥିଲେ। ସର୍ବପଲ୍ଲୀ ବିଦ୍ୟାପୀଠ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ନିଜ ବ୍ୟକ୍ତବ୍ୟରେ ଶିକ୍ଷା ହେଉଛି ବିକାଶର ଚାବିକାଠି ଓ ଜୀବନର ମାନଦଣ୍ଡ ହୋଇଥିବାରୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ଗ୍ରହଣ କରି ସଫଳ ମଣିଷ ହେବାକୁ ଗୁରୁତ୍ୱାରୋପ କରିଥିଲେ। ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲେ ଡ଼େଲାଙ୍ଗ ମଣ୍ଡଳ ଶିକ୍ଷାଧିକାରୀ ଶତୃଘନ ବେହେରା ଯୋଗ ଦେଇ କ୍ରୀଡା ଛାତ୍ରଛାତ୍ରୀଙ୍କ ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ କରେ ବୋଲି କହିଛନ୍ତି। ଅନ୍ୟାନ୍ୟ ସଂମାନିତ ଅତିଥିମାନଙ୍କ ମଧ୍ୟରେ ଡ଼େଲାଙ୍ଗ ବ୍ଲକ ଉପାଧ୍ୟକ୍ଷ ଦୁର୍ଭାସା ନିଶଙ୍କ, ହରିରାଜପୁର ସରପଞ୍ଚ ରୀନା ରାଣୀ ରାଉତରାୟ, ପୁର୍ବତନ ସରପଞ୍ଚ ହରିରାଜପୁର ତଥା ମେଳଣ କମିଟି ଅଧକ୍ଷ ପ୍ରସ୍ନନ କୁମାର ମହାରଥୀ, ଓଡିଶ ଇଞ୍ଜିନିୟରିଂ କଲେଜର ଅବସର ପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ଇଂ ରାଜେନ୍ଦ୍ର ପ୍ରସାଦ ନାୟକ, ହାଡ଼ିବନ୍ଧୁ ମିମୋରିଆଲ ଟ୍ରଷ୍ଟର ଅଧକ୍ଷ ତଥା ପୁରାତନ ଛାତ୍ର ସଂଗଠନର ସଭାପତି ପ୍ରବୋଧ କୁମାର ମଙ୍ଗରାଜ, ବିଦ୍ୟାଳୟ ପରିଚାଲଣା ସମିତି ସଭାପତି ବାଉରୀବନ୍ଧୁ ପ୍ରଧାନ, ବିଦ୍ୟାଳୟ ପରିଚାଳନା ସମିତି ସଭ୍ୟ ପ୍ରଗତି ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବାର୍ଷିକ କ୍ରୀଡ଼ାର କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଏବଂ ସ୍ମାରକୀ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଶ୍ରେଣୀ ରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଥିକ ରାଶି ସହ ମାନପତ୍ର ପ୍ରଦାନ କରାଯାଇଛି। ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ମନୋଜ କୁମାର ମହାପାତ୍ର ଅତିଥି ପରିଚୟ କରିଥିଲେ ଏବଂ ହିନ୍ଦୀ ଶିକ୍ଷୟତ୍ରୀ ବିଦ୍ୟାଳୟ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ପାରଦର୍ଶିତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏହି ଉତ୍ସବରର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ବିଦ୍ୟାଳୟର କର୍ମଚାରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ସହିତ ପରିଚାଳନା କରିଥିଲେ।ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସୁମିତ୍ରା ରଥ ଧନ୍ୟବାଦ ଅର୍ପଣ କରିଥିଲେ।ଡେଲାଙ୍ଗ /ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
ହରିରାଜପୁର ସୋମନାଥ ଦେବ ବିଦ୍ୟାପୀଠର ବାର୍ଷିକ ଉତ୍ସବ ୨୦୨୫


More Stories
ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦ ର ପଞ୍ଚମ ବାର୍ଷିକ ଉତ୍ସବ ପାଳନ l
ପୁରୀ: ୧୯୭୮ବ୍ୟାଚ ମାଟ୍ରିକ ବନ୍ଧୁ ମିଳନ l
ପ୍ରଗତି ଟ୍ରଷ୍ଟ , ଓ ୟୁ ଡବ୍ଲୁ ଯେ ପକ୍ଷରୁ ସିଂହଦ୍ଵାର ସମ୍ମୁଖରେ ଦେବ ଦୀପାବଳୀ ପାଳନ ।