ଧର୍ମପ୍ରଣାୟଣ ମହିଳା ସ୍ୱର୍ଗତ ସତ୍ୟଭାମା ମହାପାତ୍ରଙ୍କ ପରଲୋକ।

ଧାମନଗର (ଆମ ଓଡ଼ିଶା ଖବର) ୨୭/୧୨/୨୫ ଧାମନଗର  ଏନ ଏ ସି ଅନ୍ତର୍ଗତ ୮ ନମ୍ବର ୱାର୍ଡ ବାସିନ୍ଦା ସମସ୍ତଙ୍କର ପ୍ରିୟ ଧାମନଗର ବିଧାୟକ ତଥା ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ମହାପାତ୍ର (ସୁସନ ବାବୁ)ଙ୍କ ମା”ସ୍ଵର୍ଗତ ସତ୍ୟଭାମା ମହାପାତ୍ର ୮୪ବର୍ଷ ବୟସରେ ଇହଲିଳା ସମ୍ବରଣ କରିଛନ୍ତି। ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ମିଷ୍ଠାଭାଷି ହୋଇଥିବାରୁ ତାଙ୍କ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ମା”ସତ୍ୟ ଭାମା ମହାପାତ୍ରଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡ଼ ପୁଅ ପ୍ରଭାକର ମହାପାତ୍ର,ସାନ ପୁଅ କୈଳାସ ଚନ୍ଦ୍ର ମହାପାତ୍ର,ପୁତ୍ରବଧୂ,ଝିଅ,ଜ୍ୱାଇଁ,ନାତି ନାତୁଣୀ,ଭଣଜା, ଭାଣିଜି,ବନ୍ଧୁ ବାନ୍ଧଵ ଓ ପରିବାର ବର୍ଗ ସମେତ ଜ୍ଞାନ୍ତି କୁଟୁମ୍ବ ଗ୍ରାମଵାସୀ ଉପସ୍ଥିତ ରହି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଦୁଖଃଦ ଖବର ପ୍ରସାରିତ ହେବା ମାତ୍ରେ ଧାମନଗର ବ୍ଲକ ଓ ଏନ ସି ଅଞ୍ଚଳର ଦଳୀୟ ନେତୃମଣ୍ଡଳୀଙ୍କ ସମେତ ବିଭିନ୍ନ ଦଳର ନେତା ଓ କର୍ମୀ,ସମାଜସେବୀ, ବୁଦ୍ଧିଜୀବୀ,ଅବସରପ୍ରାପ୍ତ ଶିକ୍ଷକ,ଶିକ୍ଷକ ନେତା,କଳାକାର, ବିଭିନ୍ନ ସଂଗଠକ,ବନ୍ଧୁ ବାନ୍ଧନ,ଶୁଭେଚ୍ଛୁ ଓ ଗ୍ରାମବାସୀ ପ୍ରମୁଖ ବାସଭବନରେ ପହଞ୍ଚି ସ୍ୱର୍ଗତା ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପରେ ସ୍ୱର୍ଗତାଙ୍କ ମରଶରୀରକୁ ନିକଟସ୍ଥ ମଶାଣିରେ ସଂସ୍କାର କରାଯାଇଥିବା ବେଳେ ସାନ ପୁଅ ମୁଖାଗ୍ନି ଦେଇଥିଲେ। ସେହିପରି ଏହ ଦେହାନ୍ତ ଖବର ପାଇ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଅନ୍ୟ ନେତୃ ମଣ୍ଡଳୀ ତଥା ବିଜେଡି ନେତା ସମାଜସେବୀ ଡାକ୍ତର ସଞ୍ଜୟ କୁମାର ଦାସ ବାସଭବନରେ ପହଞ୍ଚି ଗଭୀର ଦୁଃଖ ପ୍ରକାଶ କରି ସ୍ୱର୍ଗତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିବା ସୂଚନା ମିଳିଛି।ଭଦ୍ରକ ଜିଲ୍ଲା ପ୍ରତିନିଧି ଶିଶିର କୁମାର ସ୍ଵାଇଁ,

error: Content is protected !!