କୋଦଳା, (ଆମ ଓଡିଶା ଖବର): ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ, କୋଦଳା ରେ ବୁଲା କୁକୁର ଓ ବୁଲା ଗୋରୁଗାଇଙ୍କ ପରିଚାଳନା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏ କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ଅଧ୍ୟାପକ ଶ୍ରୀ ଭବାନୀ ଶଙ୍କର ଆଚାର୍ଯ୍ୟ ଆଜିର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ବୁଲାଗୋରୁଗାଇ ଙ୍କ ସଠିକ ପରିଚାଳନା ଉପରେ ଆଲୋକପାତ କରିଥିଲେ । ଆଜିର ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ଲିପୁନ ମାଝୀ, ଶ୍ରୀ ରତ୍ନାକର ପ୍ରଧାନ, ଶ୍ରୀ ସପନ କୁମାର ଦାଶ, ଆଲୋକ ଜେନା ଆଦି ଅଧ୍ୟାପକ ବୁଲା କୁକୁର ଓ ଗାଈଗୋରୁ ଙ୍କ ମହାବିଦ୍ୟାଳୟ ପରିସରରେ ସମସ୍ୟା ଓ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲ । ପରିଶେଷରେ ଅଧ୍ୟାପିକା ଡକ୍ଟର ଜ୍ୟୋସ୍ନାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।