
ଭଦ୍ରକ (ଆମ ଓଡ଼ିଶା ଖବର)ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତ ଖେଳ ପଡିଆ ଠାରେ ରେ “ଅଲ ଓଡିଶା ଦୀପକ ମେମୋରାଲ କ୍ରିକେଟ ଟ୍ରୁନାମେଣ୍ଟ “ପଞ୍ଚ ଦିବସୀୟ ର ଉଦଘାଟନ ହୋଇଯାଇଛି ଏଇ କ୍ରିକେଟ ମ୍ୟାଚ କୁ ପରିଚାଳନା କରୁଛନ୍ତି ଅମ୍ପାୟାର ବୃହସ୍ପତି ନାୟକ ଓ ବିପଦ ଜେନା.ଏଇ ପଞ୍ଚଦିବସୀୟ ଟ୍ରୁନାମେଣ୍ଟ ରେ ୮ ଟି କ୍ରିକେଟ ଟିମ ଅଂଶଗ୍ରହଣ କରିବେ ତା ୨୮/୧୨/୨୫ ରିଖରେ ୪ ଟି ଟିମ ଆସନ୍ତା କାଲି ତା ୨୯/୧୨/୨୫ ରେ ୪ ଟି ଟିମ ଖେଳିବେ. ପ୍ରତ୍ୟେକ ଦଳ ୧୨ ଅଭୋର ଲେଖାଏଁ ଖେଳିବେ. ଆଜି ସର୍ବେ ପ୍ରଥମେ ଯାଜପୁରର ଫାଇଟର ଏକାଦଶ କ୍ରିକେଟ ଦଳ ସହିତ ଭଦ୍ରକ ଜିଲ୍ଲା ବାରୋ ମା ମନ୍ତ୍ରବାସୁଳି ଏକାଦଶ କ୍ରିକେଟ ଦଳ ସହିତ ଖେଳ ଆରମ୍ଭ ହୋଇଛି. ପ୍ରଥମେ ମା ମନ୍ତ୍ରାବାସୁଳି ବାରୋ କ୍ରିକେଟ ଦଳ ଟଚ ଜିତି ବ୍ୟାଟିଙ୍ଗ କରିବାକୁ ମନୋନୀତ କରିଥିଲା ଦ୍ୱିତୀୟ ପାଳିରେ ଆଉ ଦୁଇ କ୍ରିକେଟ ଦଳ ଗଙ୍ଗଷ୍ଟାର ଏକାଦଶ ସହ ଗୁଡ଼ୁପୋଖରୀ ପ୍ରୋ ଫାଇଟର ଏକାଦଶ କ୍ରିକେଟ ଦଳ ସହିତ ଖେଳ ଆରମ୍ଭ ହୋଇଥିଲା. ତା ୨୯ /୧୨ /୨୫ ରେ ଦିବା ଦଶ ଘଟିକାରେ ବନସର ବାପୁଲା ଗେମ ଚେଞ୍ଜେର ସହିତ ଅର୍ଣ୍ଣପାଳ ମହାବୀର ୱାରିଆର ଓ ଦ୍ୱିତୀୟ ପାଳିରେ ଅସୁରାଳି ପ୍ରତାପ ଏକାଦଶ ଷ୍ଟାର ସହିତ ଲେଙ୍କା ସାହି ଲକ୍ଷେଶ୍ୱର କ୍ରିକେଟ ଦଳ ସହିତ ସମ୍ମୁଖୀନ ହେବ. ଏ ଚାରୋଟି ଦଳ ଭିତରୁ ଯେଉଁମାନେ ଜିତିବେ ସେଇ ମାନେ ୩0/୧୨/୨୫ ରେ ସେମିଫାଇନାଲ ଖେଳିବେ ଏଇ ଦଳ ମାନଙ୍କ ଭିତରୁ ଯେଉଁ ମାନେ ଜିତିବେ ସେଇ ମାନେ ଆସନ୍ତା ନବବର୍ଷ ତା O୧ /0୧ /୨0୨୬ ରେ ଫାଇନାଲ ଖେଳିବେ,ଭଦ୍ରକ ଜିଲ୍ଲା

ପ୍ରତିନିଧି ଶିଶିର କୁମାର ସ୍ଵାଇଁ,


More Stories
୧୯୮୯ ମସିହା ମ୍ୟାଟ୍ରିକ ବ୍ୟାଚର ସମ୍ବର୍ଦ୍ଧନା ସମାରୋହ ଓ ବାର୍ଷିକ ବନ୍ଧୁମିଳନ ।
ଧର୍ମପ୍ରଣାୟଣ ମହିଳା ସ୍ୱର୍ଗତ ସତ୍ୟଭାମା ମହାପାତ୍ରଙ୍କ ପରଲୋକ।
ବୁଲା କୁକୁର ଓ ବୁଲା ଗୋରୁଗାଇଙ୍କ ପରିଚାଳନା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ।