କୋଦଳା, (ଖବର): ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ, କୋଦଳା ରେ ବୁଲା କୁକୁର ଓ ବୁଲା ଗୋରୁଗାଇଙ୍କ ପରିଚାଳନା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏ କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ଅଧ୍ୟାପକ ଶ୍ରୀ ଭବାନୀ ଶଙ୍କର ଆଚାର୍ଯ୍ୟ ଆଜିର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ବୁଲାଗୋରୁଗାଇ ଙ୍କ ସଠିକ ପରିଚାଳନା ଉପରେ ଆଲୋକପାତ କରିଥିଲେ । ଆଜିର ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ଲିପୁନ ମାଝୀ, ଶ୍ରୀ ରତ୍ନାକର ପ୍ରଧାନ, ଶ୍ରୀ ସପନ କୁମାର ଦାଶ, ଆଲୋକ ଜେନା ଆଦି ଅଧ୍ୟାପକ ବୁଲା କୁକୁର ଓ ଗାଈଗୋରୁ ଙ୍କ ମହାବିଦ୍ୟାଳୟ ପରିସରରେ ସମସ୍ୟା ଓ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲ । ପରିଶେଷରେ ଅଧ୍ୟାପିକା ଡକ୍ଟର ଜ୍ୟୋସ୍ନାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ବିଧାୟକ ହାତ ପାଣ୍ଠି ରୁ ଶ୍ମଶାନ ଏବଂ ଶିଶୁ ଉଦ୍ୟାନ କାର୍ଯ୍ୟ ର ପୁନଃରୁଦ୍ଧାର ।
ଅଙ୍ଗାର ଗାଁ ସେବା ସମବାୟ ସମିତିରେ ଧାନମଣ୍ଡିର ଶୁଭ ଉଦଘାଟନ କଲେ ବିଧାୟକ l
ଆତ୍ମନିର୍ଭରଶୀଳ ଭାରତ ସଂକଳ୍ପ ମେଳା ଅନୁଷ୍ଠିତ