ବିଧାୟକଙ୍କ ଦ୍ୱାରା ଧାନମଣ୍ଡି ଉଦଘାଟିତ

ବେଗୁନିଆପଡା, (ଆମ ଓଡିଶା ଖବର): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ, ତାଳସର ସେବା ସମବାୟ ସମିତି ତଥା ସାଙ୍କୁଡ଼ାରେ ଓଁ ଶାନ୍ତି ଗ୍ରୁପର ଚଳିତ ବର୍ଷର ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ସମସ୍ତ ମଣ୍ଡିକୁ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଷଣ୍ଢମୁଳ ସେବା ସମବାୟ ସମିତି ସମ୍ପାଦକ ବୁଲା ଡାକୁଆ, ତାଳସର ସେବା ସମବାୟ ସମିତି ସମ୍ପାଦିକା ମିଲି କୁମାରୀ ଜେନା ଓ ସାଙ୍କୁଡ଼ା ଓଁ-ଶାନ୍ତି ଗ୍ରୁପର ସଦସ୍ୟ ଏହି ଉଦଘାଟନି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରତ୍ୟେକ ମଣ୍ଡିର ଏହି ଉଦଘାଟନ ଉତ୍ସବରେ ଶହଶହ ପୁରୁଷ ଓ ମହିଳା ଚାଷୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଧ୍ୟେଶ୍ୟ ଏବଂ ସରକାରଙ୍କ ନୀତି ନିୟମ ଉପରେ ସବିଶେଷ ତଥ୍ୟ ଶୁଣିଥିଲେ । ସରକାର ଚାଷୀଙ୍କ ପାଇଁ ସଦା ଚିନ୍ତିତ ଏବଂ ସମସ୍ତ ଚାଷୀଙ୍କ ଠାରୁ ଧାନ କ୍ରୟ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଧେଶ ଦେଇଥିଲେ ବିଧାୟକ ଶ୍ରୀ ନାୟକ । ଗତବର୍ଷ ସମସ୍ତ ମଣ୍ଡିରେ ପରିଚାଳନାରେ ଯାହା ତ୍ରୁଟି ବିଚ୍ୟୁତି ହୋଇଥିଲା ତାହା ଚଳିତ ବର୍ଷ ଅନେକାଂଶରେ ସମାଧାନ ହୋଇପାରିଛି ବୋଲି କିଛି ଚାଷୀ ମତ ବ୍ୟକ୍ତ କରିଥିଲେ । ମିଲର ମାନଙ୍କ ସହିତ ସିଧା ସଳଖ ଯୋଗାଯୋଗ ନକରି ସମବାୟ ସମ୍ପାଦକ, ବ୍ଲକ ଯୋଗାଣ ଅଧିକାରୀ କିମ୍ୱା ତାଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବାକୁ କହିଥିଲେ ଶ୍ରୀ ନାୟକ । ଏହା ସହ ନିଜର ଛୋଟ ପିଲା ମାନଙ୍କୁ ଗାଡି ଚଳାଇବାରୁ ବାରଣ କରିବା ସହିତ ନିଜେ ନିଜ ପରିବାରର ଦାୟିତ୍ୱ ସମସ୍ତ ବାପା, ମା,ଅଭିଭାବକ ମାନେ ନେଲେ ସମସ୍ତ ପରିବାର ନିହାତି ବିପଦ ମୁକ୍ତ ହେବା ଭଳି ଏକ ଗୁରୁତ୍ୱପୁର୍ଣ ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଯୋଗାଣ ଅଧିକାରୀ ବାଦଲ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମନୋଜ ପାଣ୍ଡୀ,ଅଙ୍ଗାର ଗାଁ ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ,ଜିଲ୍ଲା ପରିଷଦ ପ୍ରତିନିଧି ମିଥୁନ ସ୍ୱାଇଁ,ଷଣ୍ଢମୁଳ ସରପଞ୍ଚ ପ୍ରଶାନ୍ତ କୁମାର ପରିଡା, ତାଳସର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ସମିତିସଭ୍ୟ ମାଧବ ରାଉତ,ସରପଞ୍ଚ କାଶୀନାଥ ବେହେରା,ଅଙ୍ଗାର ଗାଁ ସରପଞ୍ଚ ପ୍ରତିନିଧି ପୁର୍ଣଚନ୍ଦ୍ର ସେଠି,ସାଙ୍କୁଡ଼ା ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ନାଥ ତିଆଡ଼ି,ବୁରୁଝରୀ ସମିତିସଭ୍ୟା ସୁଚିତ୍ରା ମହାନ୍ତି,ଅଙ୍ଗାରଗାଁ ସୋସାଇଟି ସମ୍ପାଦକ ବସନ୍ତ ଭୂୟାଁ, ଷଣ୍ଢମୂଳ ସୋସାଇଟି ସଭାପତି ରବି ନାରାୟଣ ପଣ୍ଡା,ବେଗୁନିଆପଡା ସୋସାଇଟି ସମ୍ପାଦକ ସୁକୁଟା ଗୌଡ଼, ଶ୍ରଦ୍ଧାପୂର ସମ୍ପାଦକ ପ୍ରଭାତ ଜେନା, ବୁରୁଝରୀ ସୋସାଇଟି ସମ୍ପାଦକ ଲିଲି ରାଉତ, ତାଳସର ସୋସାଇଟି ସଭାପତି ପଦ୍ମଚରଣ ସ୍ୱାଇଁ, ଯୁବନେତା ଶରତ ପାଣ୍ଡୀଙ୍କ ସମେତ ଆର ସି ଏମ କର୍ମଚାରୀ ଓ ବହୁ ସ୍ଥାନୀୟ ଯୁବ ନେତୃ ମଣ୍ଡଳୀ,ଚାଷୀ ଉପସ୍ଥିତ ଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!