
ଭୁବନେଶ୍ୱର, “ଆମ ଓଡିଶା ଖବର” ୫ ଜାନୁୟାରୀ, ସରକାରଙ୍କ ସହ ମିଲର୍ସ ଆସୋସିଏସନ୍ ବୈଠକ ବିଫଳ ହୋଇଛି। ନବନିର୍ମାଣ ସଂଗଠନ କହିଛି, ଯେପର୍ଯ୍ୟନ୍ତ ସରକାର ଲିଖିତ ପ୍ରତିଶ୍ରୁତି ନଦେଇଛନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ। ଚେତାବନୀ ଦେଇଛନ୍ତି, ନବନିର୍ମାଣ କୃଷକ ସଂଗଠନର ପ୍ରତିଷାତା, ଅକ୍ଷୟ କୁମାର ଏବଂ ଷ୍ଟେଟ କନ୍ଭେନର ଏମ.ଡି ମନୱାର ଅଲ୍ଲୀ। ତାଙ୍କର କହିବାକଥା ରାଜ୍ୟର ସବୁ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରଖିବାକୁ ସଂଗଠନର ନିଷ୍ପତ୍ତି। ଧାନ ମଣ୍ଡି ସମସ୍ୟା କୁ ନେଇ ଆସନ୍ତା କାଲି ଆନ୍ଦୋଳନରେ ଯୋଗ ଦେବାକୁ ସାଧାରଣ ଜନତା ଏବଂ ଚାଷୀ ମାନଙ୍କୁ ନିବେଦନ କରିଛନ୍ତି। ନବନିର୍ମାଣ କୃଷକ ସଂଗଠନ ମଣ୍ଡିରେ ଧାନ କଟନୀ ଛଟନୀ ଏବଂ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ଦେଶ୍ୟରେ ଏକ ବିଶାଳ ରାଲି ମାଷ୍ଟର କ୍ୟାଣ୍ଟିନ୍ ଛକରୁ ବାହାରିବ। ତା ୦୬୵୦୧୵ ୨୦୨୬, ସକାଳ ୧୧ ସମୟରେ।

ଭୁବନେଶ୍ୱରରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ।
Revenue Inspector arrested by Odisha Vigilance for accepting Rs 5,000 bribe.
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।