କେନ୍ଦ୍ରାପଡ଼ା(ଆମ ଓଡିଶା ଖବର )୬ା୧:କେନ୍ଦ୍ରାପଡ଼ା ବ୍ଲକର ବଡ଼ ବାବୁଙ୍କୁ ସୁରକ୍ଷା ଦେଉଛନ୍ତି ବିଡିଓ । ଏହିପରି ଅଭିଯୋଗ କରିଛି ବିଜେଡି । ବିଜେଡିର ଜଣେ ନେତାଙ୍କ କହିବାନୁଯାୟୀ କେନ୍ଦ୍ରାପଡ଼ା ବ୍ଲକ ଏବେ ଆଉ ସରକାରୀ ଅଫିସ ହୋଇ ରହିନାହିଁ । ଏହା ଜଣେ ଦଲାଲ କବଜାରେ ରହିଛି । ଏହି ଦଲାଲ ଯେଉଁ ଆଡେ ଗୋଟି ଚଳାଉଛନ୍ତି ସେହି ଅନୁଯାୟୀ କାର୍ଯ୍ୟ ହେଉଛି । ବିଡିଓ ତାଙ୍କ ହାତବାରିସ ସାଜିଛନ୍ତି । ତେଣୁ ବିଡିଓ ଏହି କୋଟି ପତି ବଡ଼ ବାବୁଙ୍କୁ ସୁରକ୍ଷା ଦେଉଛନ୍ତି । ବଡ ବାବୁଙ୍କ ମାସିକ ଦରମା ୫୦ ହଜାର ହୋଇଥିବା ବେଳେ ସେ କେନ୍ଦ୍ରାପଡ଼ା ସହର ଗୋପରେ ୨ କୋଟି ଟଙ୍କାର ଘର କରିବାକୁ ପଇସା କେଉଁଠାରୁ ଆଣିଲେ । ସେହିପରି ଫାର୍ମ ହାଉସ କରିବା ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ଓ ମହାକାଳପଡ଼ାରେ କୋଟି କୋଟି ଟଙ୍କାର ଜମି କେଉଁଠୁ କିଣିଲେ । ଏହାସହ ଲଗଜୁରିଅସ ଲାଇଫ ବିତାଇତବା ପାଇଁ ପାଖରେ ରଖିଛନ୍ତି ଦାମୀ କାର, ବୁଲେଟ୍ ଓ ଅନ୍ୟାନ୍ୟ ଗାଡି । ଏହି ସବୁ ମୁଭେବୁଲ ଆସେଟ କିଣିବା ପାଇଁ ସେ ଏତେ ଟଙ୍କା ଆଣିଲେ କେଉଁଠୁ । ଏ ନେଇ ସୁନିଲ ମହାପାତ୍ର ନାମକ ଯୁବକ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ ହୋଇଥିଲା । ଜିଲାପାଳ ଏହାର ତଦନ୍ତ ଭାର ବିଡିଓଙ୍କୁ ଦେଇଥିଲେ । ହେଲେ ବିଡିଓ ବଡ଼ ବାବୁଙ୍କୁ କ୍ଲିନ ଚିଟ୍ ଦେଇ ଦେଇଥିବା ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିିଛି । ଫଳରେ ତାଙ୍କ ବିରୋଧରେ ହୋଇଥିବା ଭିଜିଲାନ୍ସ ତଦନ୍ତ ଏବେ କୁଆଡେ ଶିଥିଳ ହୋଇଯିବ । ଜଣେ ଭିଜିଲାନ୍ସ ଅଧିକାରୀଙ୍କ କହିବାନୁଯାୟୀ ଏକ ବିଭାଗର ମୁଖ୍ୟ ଯଦି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଘଣ୍ଟ ଘୋଡାଇବେ ତେବେ ସେ କ୍ଷେତ୍ରରେ ତଦନ୍ତ ଶିଥିଳ ହୋଇଯିବା ସ୍ୱାଭବିକ କଥା । ହେଲେ ଫସଲ ଜଗିବା ପାଇଁ ବାଡ଼ର ଭୂମିକା ରହିଛି । କିନ୍ତୁ କେନ୍ଦ୍ରାପଡ଼ା ଜିଲାରେ ବାଡ଼ ଫସଲ ଖାଉଛି । ଅର୍ଥାତ ବିଡିଓଙ୍କ କାର୍ଯ୍ୟ ହେଉଛି ଦୂର୍ନର୍ୀତିଖୋର ଅଧିକାରୀଙ୍କୁ ରୋକିବା । ହେଲେ ସେ ଯଦି ଦୁର୍ନୀତିଗ୍ରସ୍ତଙ୍କୁ ସାହସ ଦେବେ ତେବେ ତାହା ବାଡ଼ ଫସଲ ଖାଇବା ପରିସ୍ଥିତି ସହ ସମାନ ହେବ ବୋଲି ସେ କହିଛନ୍ତି । କେନ୍ଦ୍ରାପଡ଼ା ସହରର ବୁଦ୍ଧିଜୀବୀମାନଙ୍କ କହିବା କଥା ହେଲା ଏତେ ପ୍ରମାଣ ପରେ ମଧ୍ୟ ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ନିରବ ରହିବା କଥାଟା କିଛି ଅଲଗା କଥାକୁ ଇଙ୍ଗିତ କରୁଛି । ଉପର ସ୍ତରରେ ଯଦି ଅଧିକାରୀମାନେ ସ୍ୱଚ୍ଛ ରହିବେ ସେ ଆଇଡିଓଲୋଜି ତଳ ସ୍ତରକୁ ଗଡିବ । କିନ୍ତୁ ତଳ ସ୍ତରରେ ଆଇଡିଓଲୋଜି ଓ ଏଥିକ୍ସ ବୋଲି କିଛି ଜିନିଷ ନ ଥିବା ଇଙ୍ଗିତ କରୁଛି ଉପର ସ୍ତରରେ କ’ଣ ସବୁ ଚାଲିଛି । ଖୋଲିକି କହିବାର ଆବଶ୍ୟକତା ନାହିଁ ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନରେ କ’ଣ ସବୁ ଚାଲିଛି । ଏହି ଗୋଟିଏ ଘଟଣା ସ୍ପଷ୍ଟ ସୂଚିତ କରୁଛି ଯେ ଜିଲା ଏବେ ଦୁର୍ନର୍ୀତିରେ ଉବୁଟୁବୁ ହେଉଛି । ତେଣୁ ସ୍ୱଚ୍ଛ ଶାସନର ନାରା ଦେଇ ଶାସନ କ୍ଷମତାକୁ ଆସିଥିବା ବିଜେପି ଏବେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଯେପରି ସଫା କରୁଛି କେତେବେଳେ ବଡ଼ ବାବୁଙ୍କ ପାଳି ଯେ ନ ପଡିବ ତାହା କହିହେବ ନାହିଁ ବୋଲି କେତେକ ବୁଦ୍ଧିଜୀବୀ କହିଛନ୍ତି । ବିଜେପି ନେତା ତଥା ରାଜ୍ୟ ବିଜେପି ସଂଖ୍ୟାଲଘୁ ଉପସଭାପତି ସଲିମ ଖାନ୍ କହିଛନ୍ତି ମୋଦି ସରକାର ସମ୍ପୂର୍ଣ୍ଣ ଭାବେ କ୍ଲିନ ଓ ମୋହନ ସରକାର ମୋଦି ସରକାରଙ୍କ ଆଇଡିଓଲୋଜିରେ ଚାଲିଛନ୍ତି । ଯାହାର ଫଳ ସ୍ୱରୂପ ଏବେ ରାଜ୍ୟରେ ଦୁର୍ନୀତିଗ୍ରସ୍ତମାନେ ପ୍ରତିଦିନ ଭିଜିଲାନ୍ସ ଜାଲରେ ପଡୁଛନ୍ତି । ମୋହନ ସରକାର ହେଉଛି ଲୋକଙ୍କ ସରକାର । ତେଣୁ ବ୍ଲକ ବଡ଼ ବାବୁ ହୁଅନ୍ତୁ ଅବା ଜିଲାର କୌଣସି ଦୁର୍ନୀତିଗ୍ରସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀ ହୁଅନ୍ତୁ ସମସ୍ତେ ମୋହନ ସରକାରଙ୍କ ସ୍କାନରରେ ରହିଛନ୍ତି । ଜାଲରେ ମାଛ ପଡିବା ଭଳି ଗୋଟେ ପରେ ଗୋଟେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିବେ ଏଥିରେ ଦ୍ୱିମତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ।
Revenue Inspector arrested by Odisha Vigilance for accepting Rs 5,000 bribe.
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।