କୋଦଳା, (ଆମ ଓଡିଶା ଖବର): ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ପରିବେଶ ସୁରକ୍ଷା ଏବଂ ପ୍ଲାଷ୍ଟିକ ମୁକ୍ତ ସ୍ଥାୟୀ କ୍ୟାମ୍ପସ ସୃଷ୍ଟି ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନର ସଂଯୋଜକ ଅଧ୍ୟାପକ ଶ୍ରୀ ଭବାନୀ ଶଙ୍କର ଆଚାର୍ଯ୍ୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ l ଅଧ୍ୟକ୍ଷ ଶ୍ରୀ ରଘୁନାଥ ମୁଦୁଲି ଉକ୍ତ କାର୍ଯ୍ୟକ୍ରମର ସମ୍ପର୍କେ ଆଲୋକପାତ କରିଥିଲେ । ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ରଞ୍ଜୁବାଳା ନନ୍ଦ, ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ଶ୍ରୀ ସପନ କୁମାର ଦାଶ, ଅଧ୍ୟାପକ ଶ୍ରୀ ଆଲୋକ ଜେନା, ଅଧ୍ୟାପିକା ସୁଶ୍ରୀ ମନୀଷା ପଟ୍ଟନାୟକ ଆଦି ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନପାଇଁ ଛାତ୍ରଛାତ୍ରୀ ଙ୍କ ନିକଟରେ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ଅଧ୍ୟାପିକ ସୁଶ୍ରୀ ପ୍ରିୟଦର୍ଶନୀ ସାହୁ ସହଯୋଗ କରିଥିଲେ । ସମସ୍ତ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକା ଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଅଧ୍ୟାପକ ଶ୍ରୀ ଲିପୁନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ।
Revenue Inspector arrested by Odisha Vigilance for accepting Rs 5,000 bribe.
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।