ତରଡ଼ିପାଳ ନୋଡାଲ ଉଚ୍ଚବିଦ୍ୟାଳୟରେ ବାର୍ଷିକକ୍ରୀଡା ଉତ୍ସବ ଅନୁଷ୍ଠିତ l

ପଟ୍ଟାମୁଣ୍ଡାଇ. (ଆମ ଓଡିଶାଖବର)09/01ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ି ପାଳ ନୋଡାଲ  ଉଚ୍ଚବିଦ୍ୟାଳୟରେ ବାର୍ଷିକକ୍ରୀଡା ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ଶୁଶ୍ରୀ ସତ୍ୟବତୀ ସାହୁ ଙ୍କ ପୌରାହିତ୍ୟ ସହକାରୀ ଶିକ୍ଷୟିତ୍ରୀ  ତରଙ୍ଗବାଳା ରାଉତଙ୍କ ସଂଯୋଜନା ରେ ହୋଇଥିବା ପୁରସ୍କାର ବିତରଣୀ ସଭାରେ ମୂଖ୍ୟ ଅତିଥିଭାବେ ତରଡ଼ିପାଳ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ରାଜକୁମାର ବିଶ୍ୱାଳ,ପ୍ରାକ୍ତନ ବରିଷ୍ଠ ଖେଳ ଶିକ୍ଷକ ଶୁଶିଲ କୁମାର ବିଶ୍ୱାଳ, ପ୍ରାକ୍ତନ ଶିକ୍ଷକ ବାବାଜି ଚରଣ ଦାଶ,ଶିକ୍ଷା ସଂଯୋଜକ ପ୍ରହଲ୍ଲାଦ ପଲାଇ, ପ୍ରାକ୍ତନ ଶିକ୍ଷା ସଂଯୋଜକ ପ୍ରଦୀପ କୁମାର ତରାଇ, ମହେଶ୍ୱର ବିଶ୍ୱାଳ,  ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ରୀଡା ରେ ପାରଦର୍ଶିତା ଦେଖାଇ ଚାମ୍ପିୟନ ହୋଇଥିବା ରୋହିତ ଜେନା, ଚେମେଲୀ ମଳିକ, ରଞ୍ଜନ ଜେନା, ଆଦ୍ୟାଶା ବିଶ୍ୱାଳ, ରୁଦ୍ର ମାଧବ ବିଶ୍ୱାଳ,ପ୍ରୀତିପ୍ରଜ୍ଞା ବିଶ୍ୱାଳ ଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନକରିଥିଲେ । ଏହି ଉତ୍ସବକୁ କ୍ରୀଡା ଶିକ୍ଷକ ରାଜକିଶୋର ବେହେରା,ମାନସ ରଞ୍ଜନ ଭୋଇ ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ସଞ୍ଜୟ କୁମାର ବେହେରା  ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ବକ୍ତବ୍ୟ ବାର୍ଷିକ ବିବରଣୀ ପାଠ କରିଥିଵାଵେଳେ ଲିନା ସାହୁ ଧନ୍ୟବାଦ ଦେଇଥିଲେ।ଶିକ୍ଷକ ସଞ୍ଜୟ କୁମାର ବେହେରା ,ଲିଲିରାଣୀ ରାଉତ,ଶୁଭଶ୍ରୀ ବେହେରା, ସୁଶ୍ରୀସଂଗୀତା ନାୟକ,  ଶ୍ୱେତପ୍ରଭା ବିଶ୍ୱାଳ,ଶୁଭଶୀ ଜେନା,  ଜଗନ୍ନାଥ ପତି,  ଓ ବିଜୟ କେତନ ପାତ୍ର, କମଳାକାନ୍ତ ମଲ୍ଲିକ, ପରିଚାଳନାରେ ସହଯୋଗ କରିଥିଲେ l ସଭା ଶେଷ ରେ ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ l

କେନ୍ଦ୍ରାପଡ଼ାରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l

error: Content is protected !!