ବେଗୁନିଆପଡା,(ଆମ ଓଡିଶା ଖବର):କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଶୁକ୍ରବାର ଦିନ ବେଗୁନିଆପଡା ବ୍ଲକର ବିଭିନ୍ନ ଗ୍ରାମକୁ ଗସ୍ତ କରିଛନ୍ତି । ଏହି ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଂଚାୟତର କୁମାରୀପାରି ଠାରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟାର ପ୍ରାଥମିକ ସମାଧାନ ପାଇଁ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ଦ୍ୱାରା ନିର୍ମିତ ହେବାକୁ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ପରେ ବୁରୁଝରୀ ସେବା ସମବାୟ ସମିତି,ସୁମଣ୍ଡଳ,ସାନ ଉସ୍ତାପଡ଼ା, କାଳିମେଘି ଓ ଦିଗାପଡା ସେବା ସମବାୟ ସମିତିରେ ଚଳିତ ବର୍ଷର ଧାନମଣ୍ଡି ଉଦଘାଟନ କରିଛନ୍ତି ବିଧାୟକ ଶ୍ରୀ ନାୟକ । କୋଦଳା ଠାରେ ଅନୁଷ୍ଠିତ କ୍ରିକେଟ ଟୁର୍ନାମେଣ୍ଟରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ମିଲର ମାନଙ୍କ ସହିତ ସିଧା ସଳଖ ଯୋଗାଯୋଗ ନକରି ସମବାୟ ସମ୍ପାଦକ, ବ୍ଲକ ଯୋଗାଣ ଅଧିକାରୀ, ବିଡ଼ିଓ, ତହସିଲଦାର କିମ୍ୱା ବିଧାୟକଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବା ସହ ଟୋକନ ସମସ୍ୟା ରହିବ ନାହିଁ ବୋଲି କହିଥିଲେ ବିଧାୟକ । ପ୍ରତ୍ୟେକ ସମୟରେ ଚାଷୀ ଭାଇଙ୍କ ସୁବିଧା ଅସୁବିଧାରେ ମୁଁ ରହିଛି ବୋଲି କହିଥିଲେ ବିଧାୟକ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଯୁବନେତା ସତୀଶ ରଞ୍ଜନ ତାରିଣୀ, ଶରତ ଚନ୍ଦ୍ର ପାଣ୍ଡି, ସୁମଣ୍ଡଳ ସରପଞ୍ଚ ଶିବଶଙ୍କର ବାରିକ, ତାଳସର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ,ସମିତି ସଭ୍ୟ ମାଧବ ରାଉତ, ସାନ ଉସ୍ତାପଡ଼ା ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁ,ବରିଡା ସରପଞ୍ଚ ପ୍ରତିନିଧି ଭଗବାନ ପ୍ରଧାନ,ବୁରୁଝରୀ ସମିତିସଭ୍ୟା ସୁଚିତ୍ରା ମହାନ୍ତି,ବୁରୁଝରୀ ସମ୍ପାଦିକା ଲିଲି ରାଉତ,ବୁରୁଝରୀ ସରପଞ୍ଚ,ବୁରୁଝରୀ ସୋସାଇଟି ସଭାପତି ସତ୍ୟ ନାୟକ,ଉପସଭାପତି ଟିଟୁ ସାହୁ,ସୁମଣ୍ଡଳ ସୋସାଇଟି ସମ୍ପାଦକ ମଳୟ କୁମାର ରାଉତ,ସୁକୁଟା ଗୌଡ଼,ପ୍ରଭାତ କୁମାର ଜେନାଙ୍କ ସମେତ ବହୁ ସ୍ଥାନୀୟ ଯୁବ ନେତୃମଣ୍ଡଳୀ, ସ୍ଥାନୀୟ ଜନସାଧାରଣ ଓ ଚାଷୀ ଉପସ୍ଥିତ ଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ।
Revenue Inspector arrested by Odisha Vigilance for accepting Rs 5,000 bribe.
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।