ଉଠାଜଳସେଚନ ବିଭାଗ ର ଅବହେଳା, ହନ୍ତସନ୍ତ ଚାଷୀ।

ପଟାମୁଣ୍ଡାଇ(ଆମ ଓଡିଶା ଖବର)ତା :-୧୧/ o୧/ ୨୬ କୃଷକ ଓ କୃଷି କ୍ଷେତ୍ର ର ଉର୍ନ୍ନତି ପାଇଁ ସରକାର ଉଠାଜଳସେଚନ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ପ୍ରକଳ୍ପ ଗୁଡିକ ଦୁରଦୃଷ୍ଟି ଅଭାବ ହେତୁ ଚାଷ କାମରେ ବ୍ୟବହାର ହୋଇ ନ ପାରି ଅଚଳ ଅବସ୍ଥା ରେ ପଡି ରହିଛି l ପାଣି ସଞ୍ଚିତ ହେବା ପାଇଁ ଥିବା ଟାଙ୍କିର ଲେବୁଲ ଉଚ୍ଚା ନୀଚା ଥିବାରୁ ଉପର ମୁଣ୍ଡ ରେ ପାଣି ପହଞ୍ଚି ପାରୁନାହିଁ l ଠିକାଦାର ମାଲାମାଲ ଚାଷୀ ହତାଶ l ପଟାମୁଣ୍ଡାଇ ବ୍ଲକ ତରଡ଼ିପାଳ ପଞ୍ଚା ୟତ ରେ ଗତ ପାଞ୍ଚ ବର୍ଷ ଭିତରେ ଉଠାଜଳସେଚନ ବିଭାଗ ଦ୍ୱାରା ଚାରି ଗୋଟି ପ୍ରକଳ୍ପ ତିଆରି କରାଯାଇଥିଲା l କୃଷି ଉପରେ ନିର୍ଭରଶୀଳ ଚାଷୀ ଜଳ ସେଚନ ମାଧ୍ୟମ ରେ ଉର୍ନ୍ନତ କିସମ ଓ ଲାଭ ଦାୟକ ଫସଲ ଅମଳ କରି ଆତ୍ମନିର୍ଭରଶୀଳ ହେବା ପାଇଁ ଆଶା ରଖିଥିଲା l ପାଣି ପଞ୍ଚାୟତ ର ପ୍ରକଳ୍ପ ଗୋଟିଏ ପରେ ଗୋଟିଏ ତିଆରି ହୋଇଥିଲା l ପାଇପ ପଡି ଜମି ନିକଟରେ ଟାଙ୍କି ତିଆରି ହୋଇ ଥିଲା  l ଠିକାଦାର ର ବେପରୁଆ ମନୋଭାବ ପାଇଁ ଟାଙ୍କି ରେ ପାଣି ପହଞ୍ଚି ନ ପାରି ପାଇପ ଲିକ ଥିବାରୁ ପାଣି ବାହାରି ଯାଉଛି l ତରଡ଼ିପାଳ -3 ପ୍ରକଳ୍ପ ଗତ ବର୍ଷ ତିଆରି ହୋଇଥିଲେ ମଧ୍ୟ୍ୟ ଏବର୍ଷ ମୁଗ ଓ ଟାଇଚୀନ ଧାନ ପାଇଁ ମଟର ଚାଲୁଥିବା ବେଳେ ନିମ୍ନମାନ ର ପାଇପ ପଡିଥିବାରୁ ଜମିରେ ପାଣି ନ ପହଞ୍ଚି ବାଟରେ ପାଣି ବାହାରି ଯାଉଛି l ଚାଷୀ ମାନେ ଟଙ୍କା ଖର୍ଚ୍ଚ କରି ବିଦୁତ ବିଭାଗ ଠାରୁ ଅନୁମତି ଆଣି ମଟର ବସାଇ ଥିଲେ ମଧ୍ୟ୍ୟ ଏ ବର୍ଷ ଚାଷ ନ କରିପାରି ହତାଶ ହୋଇଛନ୍ତି l
ସେଇଭଳି ପେଣ୍ଠପାଳ ପଞ୍ଚାୟତ ର କୁଳସାହି -2 ପ୍ରକଳ୍ପ ର ଟ୍ରାନ୍ସଫରମର ଏକ ବର୍ଷ ହେଲା ପୋଡି ଯାଇ ଥିବା ବେଳେ ତାହାର ମରାମତି ଆଜି ପର୍ଯନ୍ତ ହୋଇ ନାହିଁ l ଏହି ପ୍ରକଳ୍ପ ଅଧୀନରେ ଥିବା 100ଏକର ରୁ ଅଧିକ ଜମି ଶାରଦ ଧାନ ସମୟରେ ପଡିଆ ଥିବା ବେଳେ ବର୍ତମାନ ଚାଷୀ ମୁଗ ମଧ୍ୟ୍ୟ ବୁଣି ପାରୁନାହାନ୍ତି l ଅଭିଯୋଗ କରିଲେ ମଧ୍ୟ୍ୟ ଧରାଛୁଆଁ ଦେଉ ନାହାନ୍ତି ବିଭାଗୀୟ ଅଧିକାରୀ l
କୃଷି ର ଉର୍ନ୍ନତି ସକଳ ଉର୍ନ୍ନତି l ସରକାର ସର୍ବଦା ବିଭିନ୍ନ ଯୋଜନା ମାଧ୍ୟ୍ୟମ ରେ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଚେଷ୍ଟା ଜାରିରଖିଛନ୍ତି l କିନ୍ତୁ ଉଠାଜଳସେଚନ ବିଭାଗ ବିଭିନ୍ନ ପ୍ରକଳ୍ପ କରି ଠିକାଦାର ଙ୍କୁ ଲୁଟିବା ପାଇଁ ସୁଯୋଗ ଦେଉଛି l କୃଷକ ପାଖ ରେ ପାଣି ନାହିଁ, ହଜାର ହଜାର ଏକର ଜମି ପଡିଆ ପଡୁଥିବା ବେଳେ ଉଠା ଜଳସେଚନ ବିଭାଗ ପାଣି ପଞ୍ଚାୟତ ପକ୍ଷ କାହା ସ୍ୱାର୍ଥ ରେ ପାଳନ କରୁଛି l ସରକାର ତୁରନ୍ତ ଚାଷୀ ଙ୍କ ଦୁଃଖ ବୁଝି ଉଠାଜଳସେଚନ କୁ କାଯ୍ୟକାରୀ କଲେ ଚାଷୀକୁଳ ବଞ୍ଚିବ ବୋଲି ସାଧାରଣ ରେ ଦାବି ହେଉଛି l

କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l

error: Content is protected !!