ଜାତୀୟ ଯୁବ ଦିବସ ପାଳିତ l

କୋଦଳା, (ଆମ ଓଡିଶା ଖବର): ସୋମବାର ଦିନ ସ୍ଥାନୀୟ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ପୌରୋହିତ୍ୟ କରିଥିଲେ। ମହାବିଦ୍ୟାଳୟ ର ସମସ୍ତ ବିଭାଗୀୟ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛlତ୍ରୀ,ଜାତୀୟ ସେବା ଯୋଜନା,ୟୁଥ୍ ରେଡ କ୍ରସ,ଆମ କଲେଜ ଆମ ଗୌରବର ସଂଯୋଜକ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଯୁବ ଶକ୍ତି ର ଭୂମିକା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ବନ୍ଦେ ମାତରମ୍ ସଙ୍ଗୀତ ର 150 ତମ ବର୍ଷପୁରଣ ଉପଲକ୍ଷେ ସମସ୍ତ ଛାତ୍ରଛତ୍ରୀମାନଙ୍କୁ ନେଇ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏଥି ସହ ଯୁବ ଦିବସ ଉପଲକ୍ଷେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏକ ଡିଜିଟାଲ ଆଲୋଚନାଚକ୍ର ଅନୁଷ୍ଠିତ ହୋଯାଇଅଛି। ପରିଶେଷରେ କlକୁଡ଼ିଆପଡ଼ା ଗ୍ରାମରେ ସଂଗଠିତ ଯୁବଶକ୍ତି ର ଆହ୍ବାନ ପାଇଁ ଶୋଭାଯାତ୍ରା କରାଯାଇଥିଲା ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!