ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।

ଖୋର୍ଦ୍ଧା: “ଆମ ଓଡ଼ିଶା ଖବର” ୧୪ ଜାନୁୟାରି, ପବିତ୍ର ମକର ସଂକ୍ର।ନ୍ତି ଏବଂ ଓଡ଼ିଶାର କବିରାଜ ଜୟଦେବ ଗୋସ୍ଵମିଙ୍କ ତିରୋଭାବ, ଏକାଦଶୀ, ଗାଙ୍ଗା ଦେବୀଙ୍କ, ଲୋଚନ ଦାସ ଠାକୁର ଓ ଫକୀର ମୋହନ ସେନାପତିଙ୍କ ଆବିର୍ଭାବ ଉପଲକ୍ଷେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ୍ ତରଫରୁ ଶ୍ରୀ ଗୌର ଜଗନ୍ନାଥ ରାଧା ପ୍ରୋମୋଦ ବିହରିଙ୍କୁ ମକର ଚାଉଳ ଭୋଗ ନିବେଦନ କରାଯିବା ସହ “ଶ୍ରୀ ଚୈତନ୍ଯ ମହାପ୍ରଭୁଙ୍କ ପଦାଙ୍କପୂତ ଓଡିଶା “ଲୋକାର୍ପିତ ହୋଇ ଓଡିଶା ରେ ଶ୍ରୀ ଚୈତନ୍ଯ ଶୀର୍ଷକ ଆଲୋଚନା ଚକ୍ର ଶ୍ରୀ ଚୈତନ୍ଯ ବିହାର ରେ ଅନୁଷ୍ଠିତ ହୋଇଥିଲା।ଆସୋସିଏସନର ସଭାପତି ଶ୍ରୀ ଜନାକୀ ବଲ୍ଲଭ ପଟ୍ଟନାୟକ ଓଡିଶା, ଶ୍ରୀ ଚୈତନ୍ଯ, ପଣ୍ଡିତ ଗୋପବନ୍ଧୁ ପଣ୍ଡା ପ୍ରମୁଖ ଯୋଗଦେଇ ଶ୍ରୀ ଗାଙ୍ଗା ଦେବୀ, ଲୋଚନ ଦାସ ଠାକୁର, ଜୟଦେବଙ୍କ ସମ୍ବନ୍ଧରେ ସୁନ୍ଦର ଆଲୋଚନା କରିଥିଲେ। ଆସୋସିଏସନର ଉପ ସଭାପତି ଶ୍ରୀ ଅଜୟ ପଣ୍ଡାଙ୍କୁ ସର୍ବ ସମ୍ମତି କ୍ରମେ ପରିଚଳନା କମିଟିର କାଯ୍ୟକାରି ସଭାପତି ଭାବେ ମନୋନୀତ କରାଯାଇ କର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା। ଏଥିରେ ଶ୍ରୀ ବୋଧାୟନ୍ ମହାରାଜ, ବ୍ରଜ ବାବା, ଶିକ୍ଷ୍ୟାବିତ୍ ଯୁଧିଷ୍ଠିର ଛୁଆଳ ସିହ, ଜାନକୀ ବଲ୍ଲଭ ପଟ୍ଟନାୟକ, ଜଗଦୀଶ ପ୍ରସାଦ ପଟ୍ଟନାୟକ, ଶିଶିର ରାଉତ, କାଦମ୍ବିନୀ ସାମନ୍ତରାୟ ପ୍ରବୃତ୍ତି ଯୋଗ ଦେଇଥିଲେ। ଆସୋସିଏସନ୍ ସଂପାଦକ ଜୟ ନାରାୟଣ ପଟ୍ଟନାୟକ ଆଲୋଚନାଚକ୍ରର ସଞ୍ଜୋଜନା କରିଥିଲେ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!